ବିଚାର

କାଉର ଅଣ୍ଡା ମଧ୍ୟ ଆପଣଙ୍କୁ କରିଦେବ କୋଟିପତି । ଜାଣିନିଅନ୍ତୁ ଏହି ଖାସ ଗୁପ୍ତ ଉପାୟ । ଭଦଳି ଯିବ ଆପଣଙ୍କ ଖରାପ ଭାଗ୍ୟ ।

କାଉ ଏକ ଏପରି ପକ୍ଷୀ ଅଟେ ଯାହାକୁ ଅନେକ ଲୋକ ଅସୁନ୍ଦର ମାନିବା ସହିତ ଅଶୁଭ ଭାବରେ ମଧ୍ୟ ବିବେଚନା କରନ୍ତି । କିନ୍ତୁ ବାସ୍ତବରେ କାଉ ଖୁବ ଚତୁର ପକ୍ଷୀ ଅଟେ ଯାହାକି ପରିବେଶକୁ ପରିଷ୍କାର ଏବଂ ପରିବେଶର ବାତାବରଣ ସହିତ ନିଜକୁ ସନ୍ତୁଳିତ ରଖିଥାଏ । ଶାସ୍ତ୍ରରେ ଏହି ପକ୍ଷୀ ରାବିଲେ ଘରକୁ ଅତିଥି ଆଗମନ ଏବଂ ପିତୃଙ୍କ ଶ୍ରାଦ୍ଧ ସମୟରେ ଅଧିକ ମହତ୍ତ୍ୱ ଦିଆଯାଏ । କାଉ ଶନି ଏବଂ ପୂର୍ବଜଙ୍କ ପ୍ରତୀକ ମାନା ଯାଉଥିବା ସହିତ ଏହା ଶନିଙ୍କ ବାହନ ମଧ୍ୟ ହୋଇଥାଏ । ଏମିତିକି ଶନିଙ୍କ ପ୍ରକୋପ ଥିଲେ ଭୁଲରେ ବି କାଉକୁ ମାରନ୍ତୁ ନାହିଁ କିମ୍ବା କୌଣସି ପ୍ରକାରର ଅତ୍ୟାଚାର ମଧ୍ୟ କରନ୍ତୁ ନାହିଁ ।

ଘର ଅଗଣାରେ ଥିବା ପାଣି ପାତ୍ର ଉପରେ ହଠାତ କାଉ ଆସି ବସିଲେ ତାହା ଧନ ଆଗମନର ସଙ୍କେତ ହୋଇଥାଏ ଏବଂ ପରିବାରରେ ସମୃଦ୍ଧି ଆସିଥାଏ । କାଉ ଗୋଟିଏ ଅଣ୍ଡା ଦେଲେ ତାହା ଶୁଭ ଅର୍ଥାତ ଭଲ ବର୍ଷା ହେବ ବୋଲି କୁହାଯାଉଥିବା ବେଳେ ଦୁଇଟି ଅଣ୍ଡା ଦେଲେ କମ ବର୍ଷା ଏବଂ ଅଶୁଭ ମାନା ଯାଇଥାଏ । ତିନୋଟି ଅଣ୍ଡାକୁ ବାୟୁ ମାନା ଯାଏ ଏବଂ ଏହି କାରଣରୁ ପଶୁ ପକ୍ଷୀ କ୍ଷେତକୁ ନଷ୍ଟ କରି ଦିଅନ୍ତି ବୋଲି କୁହାଯାଏ । କାଉ ଚାରୋଟି ଅଣ୍ଡା ଦେଲେ ତାହାକୁ ଇନ୍ଦ୍ର ମାନା ଯାଏ । ଆଜିକାର ଏହି ଲେଖାରେ ଆମେ କାଉର ଅଣ୍ଡା ଏବଂ ବସା ସମ୍ବନ୍ଧରେ କିଛି ମାନ୍ୟତା ବିଷୟରେ । ଯାହାଦ୍ୱାରା ଆପଣଙ୍କ ଜୀବନର ଦିଗ ମଧ୍ୟ ବଦଳି ଯିବ

କାଉ ପାଖରେ ପ୍ରାକୃତିକ ଶକ୍ତି ରହିଛି । ତେଣୁ ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ଲାଭ ଚାହୁଁଛନ୍ତି ତେବେ କୌଣସି ସ୍ଥାନରେ କାଉ ମାଟି ଖୋଳୁଥିବାର ଦେଖିଲେ ସେହି ମାଟିରୁ ଅଳ୍ପ ଆଣି ଏକ ସ୍ବଚ୍ଛ କଳା କପଡ଼ାରେ ବାନ୍ଧି ଘରର ଧନ ରଖାଯାଉଥିବା ସ୍ଥାନ କିମ୍ବା ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଧନରେ କୌଣସି ଅଭାବ ହେବ ନାହିଁ ଏବଂ ପ୍ରାପ୍ତି ମଧ୍ୟ ହେବ । କାଉ ବସା ଯଦି ଘରର ଆଖପାଖରେ ନଜର ଆସୁଛି ତାହାକୁ ଘରକୁ ନେଇ ଆସନ୍ତୁ । ସେଥିରେ କର୍ପୂର ଦେଇ ଜାଳି ଦିଅନ୍ତୁ ଏବଂ ତାହାର ପାଉଁଶକୁ ଘରର ସବୁ କୋଣରେ ସିଞ୍ଚି ଦିଅନ୍ତୁ । ଦେଖିବେ ହଠାତ ଶୁଭ ସମଚାର ମିଳିବା ଆରମ୍ଭ ହୋଇଯିବ ।

ଏହାଦ୍ବାରା ଧନ ପ୍ରାପ୍ତି ହେବା ସହିତ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ ହେବ । କିନ୍ତୁ ଯେଉଁ ବସାରେ କାଉର ଛୁଆ ଥିବେ ତାହାକୁ ଆଣିବେ ନାହିଁ । ଯେଉଁଠି କାଉ ରହୁ ନଥିବ ତାହାକୁ ରବିବାର କିମ୍ବା ବୁଧବାର ଦିନ ଅନ୍ଧକାର ରାତିରେ ନିବସ୍ତ୍ର ହୋଇ ଘରକୁ ଆଣି ଟେରିସରେ ରଖି ଦିଅନ୍ତୁ । ଏହାପରେ ଏକ କପଡ଼ା ଉପରେ ଅଣ୍ଡା ଖୋଳ , ଦୁଇଟି ଲବଙ୍ଗ , କର୍ପୂର , ଗୋଟିଏ ଲେମ୍ବୁ ନେଇ ଏକ ପୁଟୁଳି ବନାଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । କିନ୍ତୁ ତାହା ଉପରେ କାହାରି ନଜର ନପଡ଼ିବା ଉଚିତ । ଯାହାଦ୍ୱାରା ଘରକୁ ସମ୍ପନ୍ନତା ଆସିବ ଏବଂ ଘରେ କୌଣସି ପ୍ରକାରର ଅଭାବ ହେବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button