ମନୋରଞ୍ଜନ

ଚନ୍ଦ୍ରଯାନ-୩କୁ ନେଇ ଦେଇଥିବା ପ୍ରତିକ୍ରିୟା ପାଇଁ ପ୍ରକାଶ ରାଜଙ୍କ ବିରୋଧରେ ରୁଜୁ ହେଲା ମାମଲା – Utkal Mail


ନୂଆଦିଲ୍ଲୀ: ଚନ୍ଦ୍ରଯାନ ମିଶନ ସାରା ଭାରତ ପାଇଁ ଗର୍ବର ବିଷୟ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳ ଅବତରଣକୁ ନେଇ ସମଗ୍ର ଦେଶରେ ପୂଜା ଚାଲିଛି। ଏଭଳି ସମୟରେ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ଚନ୍ଦ୍ରଯାନ-୩କୁ ନେଇ ସୋସିଆଲ ମିଡିଆରେ ମଜାକ ଉଡ଼ାଇଛନ୍ତି।

ଏହାକୁ ନେଇ ତାଙ୍କୁ ସମାଲୋଚନା କରି ଟ୍ରୋଲ କରାଯିବା ସହିତ ପ୍ରକାଶଙ୍କ ବିରୋଧରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ବନହଟ୍ଟି ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗ ହିନ୍ଦୁ ସଙ୍ଗଠନର ନେତାମାନେ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

କିଛି ଦିନ ହେଲାଣି ଚନ୍ଦ୍ରର ଅନେକ ଫଟୋ ସାମ୍ନାକୁ ଆସିଥିବା ବେଳେ ଏହାକୁ ସମାଲୋଚନା କରି ପ୍ରକାଶ ରାଜ୍ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ସହ ଚା’ ଢ଼ାଳୁଥିବା ଦେଖିବାକୁ ମିଳୁଛି। ଏଭଳି ଫଟୋ ପୋଷ୍ଟ କରି ପ୍ରକାଶ ରାଜ୍ ଲେଖିଛନ୍ତି, “ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ। ଏହା ପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ଲେଖିଛନ୍ତି ପ୍ରକାଶ ରାଜ୍।

ତେବେ ଏଭଳି ପୋଷ୍ଟ ପରେ ଏକ୍ସ ବ୍ୟବହାରକାରୀ ପ୍ରକାଶ ରାଜଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସିଂବୀ ପ୍ରକାଶ ରାଜଙ୍କ ଏହି ପୋଷ୍ଟକୁ ଲଜ୍ଜାଜନକ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ରବିବାର ସକାଳେ ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗହ୍ରାସ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଜୁଲାଇ ୧୪ ତାରିଖ ଦିନ ଉତ୍‌କ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୩ ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button