ଦେଶ ବିଦେଶ

Post Office Recruitment 2024 : ଡାକ ବିଭାଗରେ ଚାକିରି ପାଇଁ ବଡ଼ ସୁଯୋଗ, 27 ଟି ପଦବୀ ଅଛି ଖାଲି

ଡାକ ବିଭାଗ ରେ ଚାକିରୀ ପାଇବା ପାଇଁ ଏବେ ଆସିଛି ସୁବର୍ଣ୍ଣ ସୁଯୋଗ, ଭାରତୀୟ ଡାକ ବିଭାଗ (Indian Post Office) ପକ୍ଷରୁ ଏବେ ଗୋଟିଏ ବିଜ୍ଞାପନ ପ୍ରକାଶ କରାଯାଇଛି । ଇଛୁକ ପାର୍ଥୀମାନେ ଏହି ପ୍ରକାଶିତ ବିଜ୍ଞାପନକୁ ଧ୍ୟାନ ଦେଇ ଦେଖନ୍ତୁ ।

ଆପଣମାନେ ଏଥିପାଇଁ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ମୋଟ 27 ଟି ପଦବୀ ପୂରଣ ହେବ। ସବୁଠାରୁ ବଡ କଥା ହେଲା ଏନେଇ ଦଶମ ପାଶ୍‌ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

ଇଛୁକ ପାର୍ଥୀମାନେ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ www.indiapost.gov.in କୁ ଯାଇ ଏନେଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Post Office Recruitment apply for 27 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:ଅନ୍‌ଲାଇନ୍ ଆବେଦନ ଆରମ୍ଭ – 09 ଏପ୍ରିଲ୍ 2024
ଅନ୍‌ଲାଇନ୍ ଆବେଦନ ଶେଷ – 14 ମେ 2024

ଖାଲି ପଦବୀ:

UR ପ୍ରାର୍ଥୀ – 14 ଟି ପୋଷ୍ଟ
EWS ପ୍ରାର୍ଥୀ – 01ଟି ପୋଷ୍ଟ
OBC ପ୍ରାର୍ଥୀ – 06ଟି ପୋଷ୍ଟ
SC ପ୍ରାର୍ଥୀ – 04ଟି ପୋଷ୍ଟ
ST ପ୍ରାର୍ଥୀ – 02ଟି ପୋଷ୍ଟ
ମୋଟ୍ ପ୍ରାର୍ଥୀ – 27ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
ଡ୍ରାଇଭିଂ ଅଭିଜ୍ଞତା
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

ସର୍ବନିମ୍ନ ବୟସ – 18 ବର୍ଷ
ସର୍ବାଧିକ ବୟସ – 27 ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

ସର୍ବନିମ୍ନ ମାସିକ ଦରମା – 19,900ଟଙ୍କା
ସର୍ବାଧିକ ମାସିକ ଦରମା – 63,200ଟଙ୍କା

ଆବେଦନ ଶୁଳ୍କ:

ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

ଟ୍ରେଡ୍ ଟେଷ୍ଟ୍
ଲିଖିତ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

ବିଜ୍ଞାପନରେ ଥିବା ଆବେଦନ ଫର୍ମର ପ୍ରିଣ୍ଟ୍ ବାହାର କରନ୍ତୁ
ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ
ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଯୋଡନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button