କ୍ରାଇମ

କଣ୍ଟାବାଞ୍ଜି ଅଞ୍ଚଳରେ ଚାଞ୍ଚଲ୍ୟ: ୬୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁର୍ଷ୍କମ, ୪ ଅଭିଯୁକ୍ତ ଜେଲ୍‌ ଗଲେ – Utkal Mail


କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ୪ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନ‌େ ହେଲେ ଆମପଡ଼ାର ବାରୁ କୁମ୍ଭାର (୫୦ବର୍ଷ), ଡୁମେରଚୁଆଁ ଗାଁର ହୀରାକୁଞ୍ଜ ମାଝୀ (୩୫ବର୍ଷ), ପରମେଶ୍ବର ସୁନା (୩୦ବର୍ଷ) ଓ ଦୁଆରୁ କଟା (୩୭ବର୍ଷ)।

ପୁଲିସର ସୂଚନା ଅନୁସାରେ, ପୀଡ଼ିତା ତାଙ୍କ ଗାଁରେ ଆବାସ ଯୋଜନା ଘର ନିର୍ମାଣ କରୁଛନ୍ତି। ଏଥିପାଇଁ ନିର୍ମାଣ ସ୍ଥାନରେ ସିମେଣ୍ଟ, ଇଟା, ବାଲି, ଛଡ଼ ଆଦି ପଡ଼ିଛି। ତେଣୁ ସେଠାରେ ସେ ଏକ କୁଡ଼ିଆ କରି ରହୁଛନ୍ତି। ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ସେ କୁଡ଼ିଆରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ପଶିଆସି ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ପାଟିତୁଣ୍ଡ କରିବାରୁ ସମସ୍ତେ ତାଙ୍କ ତଣ୍ଟି ଚିପିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ପୁଅ ଭାତ ନେଇ ସେହି କୁଡ଼ିଆକୁ ପହଞ୍ଚିଥିଲେ। ଫଳରେ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣା ପରେ ପୀଡ଼ିତା ଥାନାରେ ଏତଲା ଦେବା ସହ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ନମୁନା ସଂଗ୍ରହ କରିଥିଲା। ଡାକ୍ତରୀ ମାଇନା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଏସ୍‌ଡିପିଓ ଗୌରଚରଣ ସାହୁ ଓ ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button