ନୀତି

ଜୀବିତ ଆଶାରେ ଜୁଇରୁ ବାପାଙ୍କ ଶରୀରକୁ ଧରି ହସ୍ପିଟାଲ ଦୌଡ଼ିଥିଲେ ପୁଅ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯିବା ପରେ ପରିବାରଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଆଉ କୋକେଇରେ ଶ୍ମଶାନ ନେଇଯାଇଥିଲେ। ବୃଦ୍ଧଙ୍କ ମୃତ ଶରୀରରେ ପୁଅ ନିଆଁ ଦେବାକୁ ଯାଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ‌ରହିଯାଅ ରହିଯାଅ ବୋଲି ଡାକ ପକାଇଥିଲେ। ଏହାପରେ ଯାହା ଘଟିଲା ଆସନ୍ତୁ ବିସ୍ତୃତ ଭାବେ ଜାଣିବା।

ସୂଚନାଯୋଗ୍ୟ, କୋତବାଲି ଅଞ୍ଚଳରେ ସମ୍ଭୁ ନଗରରେ ରହୁଥିବା ବୃନ୍ଦାବନ(୭୬)ଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁପରେ ପରିବାରଲୋକ ବୃନ୍ଦାବନଙ୍କୁ କାନ୍ଧରେ ଧରି ଅନ୍ତିମ ଯାତ୍ରାରେ ବାହାରିଥିଲେ। ଶ୍ମଶାନରେ ପହଞ୍ଚିବା ପରେ ଜୁଇ ଉପରେ ମୃତଦେହ ରଖା ଯାଇଥିଲା। ବୃନ୍ଦାବନଙ୍କ ପୁଅ ମୁଖାଗ୍ନୀ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ମୃତଦେହରେ ଜୀବନ ଆସିଗଲା ଭଳି ପରିବାରଲୋକଙ୍କୁ ଲାଗିଥିଲା। ‌ତେଣୁ ପୁଅକୁ ମୁଖାଗ୍ନି ‌ଦେବାକୁ ଅଟକାଇ ଦେଇଥିଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ।

ପୁଅ ଯେମିତି ହଁ ବୃଦ୍ଧ ବାପା’ଙ୍କ ଶରୀର ହଲଚଲ ହେବା ଦେଖିଥିଲା ତୁରନ୍ତ ଜୁଇରୁ ବାପାଙ୍କୁ ଧରି ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଥିଲା। ଆଉ ତାଙ୍କ ବାପା ବଞ୍ଚି ଯାଆନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଥିଲା। ଡାକ୍ତର ବୃଦ୍ଧ ବୃନ୍ଦାବନଙ୍କ ଚିକିତ୍ସା କରିଥିଲେ ଆଉ ମୃତଘୋଷଣା କରିଥିଲେ।

କିଛି ସମୟ ପାଇଁ ବାପାଙ୍କୁ ଜୀବିତ ହେବାର ଦେଖି ପୁଅ ଖୁବ ଖୁସି ହୋଇଯାଇଥିଲେ। କିନ୍ତୁ ଡାକ୍ତରଙ୍କ ଏଭଳି ଘୋଷଣା ପରେ ପୁଅ ଭାଙ୍ଗି ପଡ଼ିଥିଲେ। କାନ୍ଦିକାନ୍ଦି ପୁଣି ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ ପୁଅ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button