ମନୋରଞ୍ଜନ

ଆଶିଷ ଛାଡ଼ପତ୍ର ପରେ ମୋଟାଅଙ୍କର ଭରଣପୋଷଣ ରାଶି ଦେଇଥିବା ଘଟଣାକୁ ନେଇ ମୁଁ ଖୋଲିଲେ ପ୍ରଥମସ୍ତ୍ରୀ – Utkal Mail


ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଆଶିଷ ବିଦ୍ୟାର୍ଥୀ ୫୭ବର୍ଷ ବୟସରେ ରୂପାଲିଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଆଶିଷଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ରାଜୋଶୀ ବରୁଆ। ରାଜୋଶୀ ଓ ଆଶିଷଙ୍କ ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ମଧ୍ୟ ରହିଛନ୍ତି।

ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ଥର ଆସାମର ରୂପାଲି ବରୁଆଙ୍କୁ ବିବାହ କରିବା ପ‌ରେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଆଶିଷଙ୍କ ପ୍ରଥମ ପତ୍ନୀଙ୍କ ପ୍ରତିକ୍ରିୟା ଦେଇଥିଲେ।

ରାଜୋଶୀ ବରୁଆ ନିଜ ଇନଷ୍ଟାଗ୍ରାମରେ  ଏକ ପୋଷ୍ଟ ସେୟାର କରି କହିଥିଲେ, ‘ଅଧିକ ଚିନ୍ତା ଏବଂ ସନ୍ଦେହ ବର୍ତ୍ତମାନ ଆପଣଙ୍କ ମନରୁ ବ‌ାହାରି ଯାଇପାରେ। ସ୍ବଚ୍ଛତା ଦ୍ବନ୍ଦ୍ବକୁ ବଦଳାଇପାରେ। ଶାନ୍ତିରେ ତୁମ ଜୀବନ ବିତିଯାଉ। ତୁମେ ବହୁତ ଶକ୍ତିଶାଳୀ ହୋଇଛ। ତୁମର ଆର୍ଶୀବାଦ ଗ୍ରହଣ କରିବାର ସମୟ ଆସିଛି। ତୁମେ ଏହାର ଯୋଗ୍ୟ ଅଟ। ତୁମ ଆଗକୁ ବଢ଼।

ତେବେ ରାଜୋଶୀ ବରୁଆ ନିକଟରେ କହିଛନ୍ତି, ଆଶିଷ ଓ ରୂପାଲିଙ୍କ ବିବାହ ପ‌ରେ ମୋର ଏକ ପୁରୁଣା ସାକ୍ଷାତକାର ଭାଇରାଲ ହୋଇଥିଲା। ଯାହାକୁ ଲୋକେ ତାଙ୍କ ଶୈଳୀରେ ଦର୍ଶାଇଥିଲେ। ଏଥିରେ କିଛିଜଣ କହିଲେ ଛାଡ଼ପତ୍ର ପରେ ଆଶିଷ ମୋତେ ଭରଣପୋଷଣ ପାଇଁ ମୋଟ ଅଙ୍କର ରାଶି ଦେଇଛନ୍ତି। ତେବେ ଏଭଳି ମନ୍ତବ୍ୟ ଦେଇଥିବା ଲୋକଙ୍କ ପାଇଁ ମୋତେ ସାମ୍ନାକୁ ଆସିବାକୁ ପଡ଼ିଥିଲା।

ଏଭଳି ମନ୍ତବ୍ୟ ଦେଇଥିବା ଲୋକଙ୍କୁ ମୁଁ ଜଣାଇ ଦେବାକୁ ଚାହେଁ କି ଛାଡ଼ପତ୍ର ପରେ ଜୀବନ ବଞ୍ଚିବା ବହୁତ କଷ୍ଟ ହୋଇଥାଏ। ସେତେବେଳେ ଟଙ୍କା କୌଣସି ପ୍ରକାର କାମରେ ଆସେ ନାହିଁ। ସବୁଦିଗରୁ ନିଜକୁ ଏକା ଲଢ଼ିବାକୁ ହୋଇଥାଏ। ଏବିଷୟରେ ଯେଉଁମାନେ ଜାଣି ନାହାନ୍ତି ସେମାନେ ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button