ଭଲ ଛାତ୍ରୀ ନଥିଲେ, ଦୁଇ ଥର ଜିତିଥିଲେ ସୁନ୍ଦରୀ ପ୍ରତିଯୋଗିତା; ହେଲେ ଭାଗ୍ୟରେ ଥିଲା ଆଇଏଏସ୍ ବନିବା – Utkal Mail
ନୂଆଦିଲ୍ଳୀ: ୟୁପିଏସ୍ସି ପରୀକ୍ଷାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ରାଙ୍କ୍ ପାଇଁ ପ୍ରୟାସ କରନ୍ତି। ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣ ସଫଳତା ପାଆନ୍ତି। ତେବେ ଆମର ଧାରଣା ରହିଛି ଯେ କେବଳ ଭଲ ଛାତ୍ରମାନେ ଏପରି ଏକ ପ୍ରଶାସନିକ ଚାକିରି ପାଇଁ ଯୋଗ୍ୟ ହୁଅନ୍ତି। ମାତ୍ର ପ୍ରାରମ୍ଭରେ ମଡେଲ ହେବାକୁ ଇଚ୍ଛା ରଖିଥିବା ତସ୍କିନ୍ ଖାନ୍ ଏହାକୁ ଭୁଲ୍ ପ୍ରମାଣିତ କରି ଦେଇଛନ୍ତି।
ତସ୍କିନ୍ ଖାନ୍ ମିସ୍ ଡେରାଡୁନ୍ ଏବଂ ମିସ୍ ଉତ୍ତରାଖଣ୍ଡ ମୁକୁଟ ପିନ୍ଧି ସାରିଥିବା ବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲେ। ହେଲେ ଆର୍ଥିକ ସଂକଟ ହେତୁ ସେ ନିଜ ସ୍ବପ୍ନର ନିକଟତର ହୋଇପାରିନଥିଲେ।
ଏଥିରେ ନିରାଶ ହୋଇ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ଥିର କଲେ। ତିନି ଥର ପ୍ରୟାସ କରି ବିଫଳ ହେବା ପରେ ମଧ୍ୟ ହାର୍ ମାନିନଥିଲେ ତସ୍କିନ୍। ହେଲେ ୨୦୨୦ ମସିହାରେ ତାଙ୍କ ସ୍ବପ୍ନ ସାକର ହେଲା। ସେ ସର୍ବଭାରତୀୟ ସ୍ତରରେ ୭୩୬ତମ ରାଙ୍କ୍ ରହି ଆଇଏଏସ୍ ହୋଇପାରିଛନ୍ତି।
ସେ ଅନ୍ୟ ଏକ ଦିଗରେ ବି ବେଶ୍ ଦକ୍ଷ। ତସ୍କିନ୍ ହେଉଛନ୍ତି ଜାତୀୟ ସ୍ତରର ବାସ୍କେଟ ବଲ୍ ଚାମ୍ପିୟନ୍ ଏବଂ ଜଣେ ଭଲ ବକ୍ତା (ଡିବେଟର୍) ମଧ୍ୟ। ତାଙ୍କ କହିବା କଥା ହେଉଛି, ଅଷ୍ଟମ ଶ୍ରେଣୀୟ ପର୍ଯ୍ୟନ୍ତ ତସ୍କିନ୍ ଗଣିତରେ ଖୁବ୍ ଦୁର୍ବଳ ଥିଲେ। ତଥାପି ୧୦ମ ଓ ଦ୍ବାଦଶ ଶ୍ରେଣୀରେ ସେ ୯୦ରୁ ଅଧିକ ପ୍ରତିଶ ନମ୍ବର ରଖିଥିଲେ। ତସ୍କିନ୍ ବର୍ଣ୍ଣନା କରିଛନ୍ତି ଯେ ସେ ଜଣେ ବୃତ୍ତିଗତ ମଡେଲ୍ ଏବଂ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିିଲେ। ହେଲେ ହେଉ ହେଉ ହୋଇଗଲେ ଆଇଏଏସ୍।