ମନୋରଞ୍ଜନ

ଘରେ ବନାନ୍ତୁ ‘ଢାବା ଷ୍ଟାଇଲ୍‌ ମସଲା ଡାଲି’

ନିରାମିଷାଶୀ ହୁଅନ୍ତୁ କି ଆମିଷାଶୀ, ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ ଡାଲି। ଆପଣ ଚାହିଁଲେ, ଭାତ, ରୁଟି ସବୁଥିରେ ଏହାକୁ ଖାଇ ପାରିବେ। ତେବେ ଆମେ ଅନେକ ପ୍ରକାରର ଡାଲି ବନାଇଥାଉ। କିନ୍ତୁ ଘରେ ଆପଣ କେବେ ଢାବା ଷ୍ଟାଇଲ୍‌ ଡାଲି ପ୍ରସ୍ତୁତ କରିଛନ୍ତି କି? ଯଦି କରିନାହାନ୍ତି, ତା’ହେଲେ ଡେରି ନ କରି ଆଜି ହିଁ ଏହାକୁ ବନାଇ ଖାଆନ୍ତୁ। ଆମେ ଏଠାରେ ଆପଣଙ୍କୁ ଢାବା ଷ୍ଟାଇଲ୍‌ ଡାଲି ତିଆରି କରିବାର ବିଧି କହିବାକୁ ଯାଉଛୁ।

ଆବଶ୍ୟକ ସାମଗ୍ରୀ

-ମୁଗ ଡାଲି ୧/୨ କପ୍‌
-ହରଡ଼ ଡାଲି ୧/୨ କପ୍‌
-ଶୁଖିଲା ଲଙ୍କା ୧ଟି
-ହେଙ୍ଗୁ
-୧/୨ ଛୋଟ ଚାମଚ ଜିରା
-କଟା ପିଆଜ ୧ଟି

-କଟା ଟମାଟୋ ୧ଟି
-କଞ୍ଚା ଲଙ୍କା ୧ଟି
-୧ ଛୋଟ ଚାମଚ ଲଙ୍କା ଗୁଣ୍ଡ
-୧/୨ ଚାମଚ ହଳଦୀ ଗୁଣ୍ଡ
-୨ ଛୋଟ ଚାମଚ ଧନିଆ ପାଉଡର
-୧/୨ ଛୋଟ ଚାମଚ ଗରମ ସମଲା
-୨ ଚାମୁଚ ଅଦା-ରସୁଣ ପେଷ୍ଟ
-ମସୁରୀ ମେଥି ୧/୨ ବଡ଼ ଚାମଚ
-୨ ବଡ଼ ଚାମଚ ତେଲ କିମ୍ବା ଘିଅ
-୧ କପ୍‌ ପାଣି
-ଲୁଣ ସ୍ୱାଦ ଅନୁସାରେ

dal1

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ମୁଗ ଓ ହରଡ଼ ଡାଲିକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ଏହାପରେ ମିଡିୟମ ଆଞ୍ଚରେ ଏକ କଡ଼େଇ ବସେଇ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ, ଜିରା ଏବଂ ଶୁଖିଲା ଲଙ୍କା ପକାଇ ଟିକେ ଭାଜି ଦିଅନ୍ତୁ। ଏହାପରେ ଅଦା-ରସୁଣ ପେଷ୍ଟ ଏବଂ କଞ୍ଚା ଲଙ୍କା ପକାଇ ୨ରୁ ୩ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ପିଆଜ ପକାନ୍ତୁ ଏବଂ ଟିକିଏ ଲାଲ୍‌ ହେବା ଯାଏ ଭାଜୁଥାଆନ୍ତୁ। ଏଥିରେ ହଳଦୀ, ଧନିଆ, ଲଙ୍କା ଗୁଣ୍ଡ ଓ ଗରମ ସମଲା ପକାନ୍ତୁ ଏବଂ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ୧ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଟମାଟୋ ପକାନ୍ତୁ ଏବଂ ୨ରୁ ୩ ମିନିଟ୍‌ ଯାଏ କଷନ୍ତୁ। କଷି ହୋଇଗଲେ, ଡାଲି ପକାନ୍ତୁ। ଆବଶ୍ୟକ ପଡ଼େ ଯଦି ଅଳ୍ପ ପାଣି ଦିଅନ୍ତୁ। ଏବେ କସୁରୀ ମେଥି ପକାଇ ମିଶେଇ ଦିଅନ୍ତୁ। ଏହାକୁ ଧିମା ଆଞ୍ଚରେ ୫ରୁ ୭ ମିନିଟ୍‌ ରଖନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସମଲା ଡାଲି। ଏହା ଉପରେ ଘିଅ ଏବଂ ଧନିଆ ପତ୍ର ପକାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button