ମନୋରଞ୍ଜନ

ଭୁଲ୍‌ରେ ବି ଗାର୍ଲଫ୍ରେଣ୍ଡଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଗିଫ୍ଟ

ଗାର୍ଲଫ୍ରେଣ୍ଡ ହୁଅନ୍ତି କି ସ୍ତ୍ରୀ, ସମସ୍ତଙ୍କୁ ଗିଫ୍ଟ ନେବା ପସନ୍ଦ। ଯଦି ଆପଣଙ୍କୁ ନିଜ ଗାର୍ଲଫ୍ରେଣ୍ଡଙ୍କଠାରୁ ଭଲ ପାଇବା ଦରକାର କିମ୍ବା ଅଭିମାନିନୀ ପ୍ରିୟାକୁ କେବେ ମନେଇବାକୁ ପଡ଼େ, ତା’ହେଲେ ଏକ ପ୍ରେମଭରା ଉପହାରଟିଏ ତାଙ୍କୁ ଦିଅନ୍ତୁ। ଦେଖିବେ, ଏହି ସୁନ୍ଦର ଉପହାର ତାଙ୍କ ରାଗକୁ ଛୁମନ୍ତର କରିଦେବ। କିନ୍ତୁ ଏମିତି ନ ହେଉ, ଗାର୍ଲଫ୍ରେଣ୍ଡଙ୍କୁ ଆପଣ ଗିଫ୍ଟ ଦେଉଛନ୍ତି ଆଉ ସେ ଖୁସି ନ ହୋଇ ଆହୁରି ଅଭିମାନ କରୁଛନ୍ତି। ତେଣୁ ଯେତେବେଳେ ବି ଆପଣ ଗାର୍ଲଫ୍ରେଣ୍ଡଙ୍କୁ ଗିଫ୍ଟ ଦେବେ, ସବୁବେଳେ ମନେ ରଖିବେ ୫ଟି ଜିନିଷ କେବେ ବି ଉପହାର ଦେବେ ନାହିଁ।

-ଯଦିଓ ଆପଣଙ୍କ ଗାର୍ଲଫ୍ରେଣ୍ଡକୁ ଟେଡି ବିୟର ପସନ୍ଦ ଏବଂ ସେ ରାତିରେ ଏହାକୁ କୁଣ୍ଢେଇ ଶୋଇଥାଆନ୍ତି। କିନ୍ତୁ ଆପଣଙ୍କଠାରୁ ସଫ୍ଟ ଟଏଜ୍‌ ଗିଫ୍ଟ ନେବା ତାଙ୍କୁ ଆଦୌ ପସନ୍ଦ ହେବନି। ଏଥିପାଇଁ କେବେ ବି ଗାର୍ଲଫ୍ରେଣ୍ଡକୁ ଲୋମଶ ଖେଳଣା ଦିଅନ୍ତୁ ନାହିଁ।

girl4

-ନିଜ ଗାର୍ଲଫ୍ରେଣ୍ଡ କିମ୍ବା ସ୍ତ୍ରୀଙ୍କୁ ଆପଣଙ୍କ ପାଇଁ ଖାଦ୍ୟ ବନାଇବା ପସନ୍ଦ। କିନ୍ତୁ ଏହାର ମାନେ ନୁହେଁ ଯେ ଆପଣ ତାଙ୍କୁ ରୋଷେଇ ସହ ଜଡ଼ିତ କୌଣସି ଜିନିଷ ଗିଫ୍ଟ କରିବେ।

-ଝିଅମାନଙ୍କୁ ଶପିଂ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। କାରଣ, ସେମାନେ ଠିକ୍‌ ସାଇଜ୍‌ ଏବଂ ଫେବ୍ରିକ୍‌ ଖୋଜିଥାଆନ୍ତି। ଆପଣ ଯଦି ତାଙ୍କୁ ଭୁଲ୍‌ ସାଇଜ୍‌ର କପଡ଼ା ଦେବେ, ତା’ହେଲେ ସେ ରାଗିଯାଇପାରନ୍ତି। ତେଣୁ ଏହା ଗିଫ୍ଟ କରିବା ଅପେକ୍ଷା ଭଲ ଗିଫ୍ଟ କାର୍ଡଟିଏ ଦିଅନ୍ତୁ ଏବଂ ଶପିଂ ପାଇଁ ସାଙ୍ଗରେ ନେଇଯାଆନ୍ତୁ। ଏହା ତାଙ୍କ ପାଇଁ ସବୁଠାରୁ ଭଲ ଉପହାର ହେବ।

-ଗାର୍ଲଫ୍ରେଣ୍ଡଙ୍କୁ ଫିଟ୍‌ନେସ ମେମ୍ବରଶିପ୍‌ କିମ୍ବା ଜିମ୍‌ କ୍ଲାସ୍‌ର କାର୍ଡ ଦିଅନ୍ତୁ ନାହିଁ। କାରଣ, ଆପଣଙ୍କର ଏହି ଗିଫ୍ଟରେ ସେ ଆଦୌ ଖୁସି ହେବେନି। ତେଣୁ ଏଭଳି ଗିଫ୍ଟ ଦେବା ବଦଳରେ ତାଙ୍କୁ କୌଣସି ଭାକେଶନରେ ନେଇଯାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button