ସ୍ୱାସ୍ଥ୍ୟ

ବାରମ୍ବାର ସାନିଟାଜରର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ସମସ୍ୟା

ବର୍ତ୍ତମାନ କରୋନା ଯୋଗୁ ସମସ୍ତେ ଭୟଭୀତ ହୋଇ ରହିଛନ୍ତି। କେବଳ ସତର୍କ ରହିଲେ ହିଁ ଏହି ଭାଇରସ୍‌ କବଳରୁ ନିଜକୁ ବଞ୍ଚାଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏଥିସହ ବାରମ୍ବାର ହାତକୁ ସାବୁନ୍‌ କିମ୍ବା ସାନିଟାଇଜରରେ ଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହେବେ ବୋଲି କୁହାଯାଉଛି। ଏଣୁ ଅଧିକାଂଶ ଲୋକ ଏବେ ସାନିଟାଇଜର ବ୍ୟବହାର କରୁଥିବା ଦେଖାଯାଉଛି। ପରିଷ୍କାର ପାଣି ନଥିବା ସ୍ଥାନରେ ସାନିଟାଇଜରକୁ ବ୍ୟବହାର କରି ହେଉଥିବାରୁ ଲୋକମାନେ ଏହାକୁ ପକେଟ୍‌ରେ ଧରି ବୁଲୁଛନ୍ତି। ସାନିଟାଇଜର ବ୍ୟବହାର କରିବା ଦ୍ୱାରା ୯୯.୯ ପ୍ରତିଶତ ଜୀବାଣୁ ମରିଯିବେ, ଏହା ସତ ହୋଇଥିଲେ ମଧ୍ୟ ସାନିଟାଇଜର କେତେକ କୁ-ପ୍ରଭାବ ମଧ୍ୟ ରହିଛି। ଆସନ୍ତୁ ଜାଣିବା ସାନିଟାଇଜରର କୁପ୍ରଭାବ ସମ୍ପର୍କରେ…

taizer

  • ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ୍‌ ନାମକ ଏକ କେମିକାଲ ରହିଥାଏ। ଏହି କେମିକାଲକୁ ହାତର ତ୍ୱଚା ଶୋଷି ନେଇଥାଏ। ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହି ବିଷାକ୍ତ କେମିକାଲ ବ୍ଲଡ୍‌ ପର୍ଯ୍ୟନ୍ତ ପହଞ୍ଚିଯାଏ ଓ ରକ୍ତରେ ମିଶେ। ଫଳରେ ଆମ ମାଂସପେଶୀର ଅର୍ଡିନେଶନ ଉପରେ କୁପ୍ରଭାବ ପକାଇଥାଏ।
  • ସାନିଟାଇଜରରେ ବେଞ୍ଜାଲ୍‌କୋନିୟମ କ୍ଲୋରାଇଡ୍‌ ମଧ୍ୟ ରହିଛି, ଯାହା ବ୍ୟାକ୍ଟେରିଆ ଓ ଭାଇରସ୍‌କୁ ହାତରୁ ସଫା କରିଥାଏ। କିନ୍ତୁ ତ୍ୱଚା ଉପରେ ଏହା କୁପ୍ରଭାବ ପକାଏ। ସାନିଟାଇଜର ଯୋଗୁ କିଛି ଲୋକଙ୍କ ହାତରେ ଜଳାପୋଡ଼ା ଭଳି ସମସ୍ୟା ମଧ୍ୟ ଦେଖାଯାଏ।

sani taizer

  • ସାନିଟାଇଜରରେ ଫଥାଲେଟ୍ସ ନାମକ ଆଉ ଏକ ତତ୍ତ୍ୱ ମଧ୍ୟ ରହିଛି ଯାହା ବାସ୍ନା ପାଇଁ ବ୍ୟବହାର କରାଯାଇଛି। ଏହାକୁ ମାତ୍ରାଧିକ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଅଧିକ ବାସ୍ନାଯୁକ୍ତ ସାନିଟାଇଜର ଲିଭର, କିଡ୍‌ନୀ, ହାର୍ଟ ତଥା ପ୍ରଜନନ ତନ୍ତ୍ରକୁ ପ୍ରଭାବିତ କରିଥାଏ।
  • ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ପିଲାଙ୍କ ଇମ୍ୟୁନିଟି ସିଷ୍ଟମ୍‌ ମଧ୍ୟ ପ୍ରଭାବିତ ହୋଇଥାଏ।
  • ଏହା ବ୍ୟତୀତ ମହିଳାମାନେ ରୋଷେଇ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କଲେ ରୋଷେଇ ବେଳେ ହାତ ପୋଡ଼ିଯିବା ଆଶଙ୍କା ରହିଛି। କାରଣ ଏଥିରେ ଆଲକହଲ ରହୁଛି, ଯାହା ନିଆଁକୁ ସହଜରେ ଆକର୍ଷିତ କରିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button