ପୂଜାଘରେ ଏହି 3ଟି ଜିନିଷ ରହିବା ଅଶୁଭ ହୋଇଥାଏ, ଦାରିଦ୍ର୍ୟତା ମାଡି ଆସେ- Puja Ghar Vastu Tips

ନମସ୍କାର ବନ୍ଧୁଗଣ । ଠାକୁରଙ୍କୁ ପୂଜା ଆରାଧାନା କରିବା ପାଇଁ ପ୍ରାୟତ ସମସ୍ତଙ୍କ ଘରେ ଏକ ନିଦିଷ୍ଟ କଠୋରୀ ନିର୍ମାଣ କରିଥାନ୍ତି ଯାହାକୁ ଆମେ ଠାକୁର ଘର ବୋଲି କହିଥାଉ । ଯେଉଁଘରମାନଙ୍କରେ ଠାକୁର ଘର ରହିଥାଏ ଓ ଦିନରାତି ଭଗବାନକୁ ପୂଜାଧୂପ ଦେଇ ପୂଜାକରନ୍ତି ସେ ଘରେ କୋଣସି ଅଭାବ ରହିନଥାଏ । ଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘରେ ଠାକୁର ଘର ତିଆରି କରିବା ଉଚିତ୍ ।
କାରଣ ଇଶ୍ଵର ଆମ ପୂଜା ଆରାଧନାରେ ପ୍ରସନ୍ନ ହୋଇ ଆମ ଘରକୁ ଆସିଥାନ୍ତି । ଆପଣମାନେ ଜାଣିଥିବେ ଯେ ଇଶ୍ଵରଙ୍କ ଆରାଧନା ନ ହେଉଥିବା ଘରେ ଭୂତପ୍ରେତ ମାନଙ୍କ ବସବାସ ରହିଥାଏ । ତେଣୁ ପ୍ରତ୍ୟେକ ଲୋକେ ଠାକୁର ଘରେ ସବୁଦିନ ପୂଜା କରିବା ଉଚିତ୍ ହୋଇଥାଏ । ଠାକୁରଘରେ ପୂଜା ନିମନ୍ତ୍ରେ କିଛି ଜିନିଷକୁ ବ୍ୟବହାର କରିଥାଉ ।
ମାତ୍ର ଆଜି ଆମେ ଆପଣମାନଙ୍କୁ କହିବୁ ଠାକୁର ଘରେ ଭୁଲରେବି ଏହି 3 ଟି ଜିନିଷକୁ ରଖିବେ ନଚେତ୍ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ଆସନ୍ତୁ ଜାଣିବା ଯେଉଁ ଜିନିଷ ରଖିବା ଉଚିତ୍ ଓ କେଉଁ ଜିନିଷ ରଖିବା ଅନୁଚିତ୍ । ପୂଜା ଘରେ ମାଟିର ଦୀପ ରହିବା ନିହାତି ଜରୁରୀ ହୋଇଥାଏ । ତେଣୁ ଆପଣଙ୍କ ଘରେ ମାଟିର ଦୀପ ବ୍ୟବହାର କରନ୍ତୁ । ଯଦି ମାଟିଦୀପ ରଖିବା ସମ୍ଭବ ହୋଇପାରୁନାହିଁ ତେବେ ଧାତୁ ଦୀପର ବ୍ୟବହାର କରିପାରିବେ ।
ଇଶ୍ଵରଙ୍କୁ ପ୍ରସନ୍ନ କରିବାକୁ ଇଛା କରନ୍ତି ତେବେ ଉପବାସ ରହି ଗୁଡ ଦୀପ ଅର୍ପଣ କରିବା ଉଚିତ୍ । ଘରର ପୂଜାଘରେ ସ୍ଵସ୍ତିକ ଚିହ୍ନ ରହିବା ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରକୁ ଶକ୍ତି,ଶୋଭାଗ୍ୟ ଓ ସମବୃଦ୍ଧି ଆସିଥାଏ । ଏହାକୁ ଶୁଭ ପ୍ରତୀକ ମାନା ଯାଏ ତେଣୁ କୋଣସି ଭଲକାମ ଆରମ୍ଭ କରିବା ପୂର୍ବରୁ ଏହାକୁ କରାଯାଇଥାଏ ।
ଭଗବାନ ବିଷ୍ଣୁ କହିଛନ୍ତି କି କଳସ ହେଉଛି ସୁଖ ଓ ଆନନ୍ଦମୟ ଜୀବନ ପ୍ରତୀକ ତେଣୁ ଏହାକୁ ପୂଜା ଘରେ ସ୍ଥାପନ କରିବା ଦ୍ଵାରା ଘରେ ସୁଖର ବାର୍ତ୍ତାବରଣ ରହିଥାଏ । ଶଙ୍ଖକୁ ପୂଜା ଘରେ ରଖିବା ଦ୍ଵାରା ଘରେ ଥିବା ନାକାରାତ୍ମକ ପ୍ରଭାବକୁ ଦୂର କରିଥାଏ । ଶଙ୍ଖକୁ ଘରେ ରଖିବାହେତୁ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କୁ ଆର୍ଶୀବାଦ କରିଥାନ୍ତି ।
ଘଣ୍ଟିକୁ ମନ୍ଦିର ଘରେ ରଖିବା ଉଚିତ୍ । ସକାଳୁ ପୂଜା କରିବା ସମୟରେ ଏହାର ଶବ୍ଦ ଭୂତପ୍ରେତ ଭଳି ଶକ୍ତିକୁ ଘରୁ ବାହାର କରିଥାଏ ଓ ସାକାରାତ୍ମକ ଊର୍ଜା ପ୍ରଦାନ କରିଥାଏ ।1- ଘରେ ଗଣେଶଙ୍କ ମୂର୍ତ୍ତିକୁ ବହୁ ସଂଖ୍ୟାରେ ରଖିବା ଅଶୁଭ ହୋଇଥାଏ । 2-ପୂଜାଘରେ ଭାଙ୍ଗିଯାଇଥିବା ଚାଉଳକୁ କଦାପି ରଖିବେ ନାହିଁ । 3 – ପୂର୍ବଜଣଙ୍କ ଫୋଟକୁ ଠାକୁର ଘରେ ଭୁଲରେବି ରଖିବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ,ଶେୟାର ଓ କମେଣ୍ଟ କରନ୍ତୁ ।