ବିଚାର

କେବଳ କେଶ ଝଡ଼ିବା ନୁହଁ ବରଂ ଚନ୍ଦାପଣକୁ ଦୂର କରେ ମେଥି

ଭାରତୀୟ ରୋଷେଇ ଘରେ ମେଥି ରହିବା ଏକ ସାଧାରଣ କଥା। ସେହିଭଳି ଔଷଧିୟ ଗୁଣରେ ଭରପୁର ହୋଇଥାଏ ମେଥି। ଏହାଦ୍ବାରା ଖାଲି ଶରୀରର ରୋଗ ଦୂର ହୋଇଥାଏ ତାହା ନୁହଁ ବରଂ ବିଉଟି ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ। ଆର‌୍ୟୁବେଦ ଅନୁଯାୟୀ, ମେଥି କେଶ ପାଇଁ ବରଦାନ ଭାବେ ପ୍ରମାଣିତ। ଏହାର ସଠିକ୍ ବ୍ୟବହାର ଧଳା କେଶ ଏବଂ ଚନ୍ଦାପଣ ଆଦି ଅସୁବିଧାକୁ ଦୂର କରିଥାଏ।

-କେଶ ସୁସ୍ଥ ରଖିବା ପାଇଁ ସପ୍ତାହରେ ୨ ଥର ଲେଖାଁ ମେଥି ପାଣିରେ କେଶକୁ ସଫା କରନ୍ତୁ। ଏଥିପାଇଁ ମେଥିକୁ ରାତିସାରା ଭିଜାଇ ରଖିବା ପରେ ସେହି ପାଣିକୁ କେଶ ସଫାରେ ବ୍ୟବହାର କରନ୍ତୁ।

Fenugreek-Seeds

-୨ ଚାମଚ ମେଥିରେ କିଛି ଭୁଶୁଙ୍ଗା ପତ୍ର ମିଶାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କେଶକୁ ଲଗାଇ କିଛି ସମୟ ରଖିବା ପରେ ତାହାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ନିୟମିତ ଭାବେ ଏପରି କରନ୍ତୁ ଦେଖିବେ କେଶ ଝଡ଼ିବା ବହୁ ମାତ୍ରାରେ କମ ହୋଇଯିବ।

-ପୋଟାସିୟମରେ ଭରପୁର ହୋଇଥାଏ ମେଥି। ଏଣୁ ଏହାର ବ୍ୟବହାର ଧଳା କେଶ ପାଇଁ ଆପଣ କରିପାରିବେ।

hair

-ଏକ କପ୍ ମେଥିକୁ ରାତିରେ ଭିଜାଇ ରଖନ୍ତୁ। ପରେ ସକାଳେ ଏହାକୁ ବାଟି, ଲେମ୍ବୁ ରସ ଏବଂ ଦହି ମିଶାଇ ଏହାକୁ କେଶରେ ଲଗାନ୍ତୁ। ପ୍ରାୟ ୩୦ ମିନିଟ ପର‌୍ୟ୍ୟନ୍ତ ଏହାକୁ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ୨ଥର କରନ୍ତୁ। ଦେଖିବେ ରୁପିର ଅସୁବିଧା ଦୂର ହୋଇଯିବ।

-ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଆଜିକାଲି ଚନ୍ଦାପଣର ସମସ୍ୟା ଦେଖିବାକୁ ମିଳୁଛି। ଏହାକୁ ଦୂର କରିବା ପାଇଁ ମେଥିକୁ ଗୁଣ୍ଡ କରି ତାହାର ଲେପନ କେଶରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଆପଣ ଖୋଦ ଫରକ ଜାଣିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button