ସ୍ୱାସ୍ଥ୍ୟ

ଆପଣଙ୍କୁ ଜ୍ବର ହୋଇଛି କି? ଜାଣନ୍ତୁ କିପରି ଏହି ଘରୋଇ ଉପଚାର ଦ୍ବାରା କମାଇ ପାରିବେ ଶରୀରର ତାପମାତ୍ରା

ଯେବେ ମାନବ ଶରୀରରେ ସଂକ୍ରମଣ କ୍ଷମତା ଦୁର୍ବଳ ହେବାରେ ଲାଗିଥାଏ ସେତେବେଳେ ତାହା ଜ୍ବରରେ ପରିଣତ ହୋଇଥାଏ କିମ୍ବା ଜ୍ବର ଜନିତ ଜୀବାଣୁ ସ୍ପର୍ଶରେ ଚାଲିଆସିଥାଏ । ଯାହାଫଳରେ ମାନବ ଶରୀରରେ ସଂକ୍ରମଣ ବା ଭାଇରସ୍ ର ପ୍ରକୋପ ବଢିଯାଇଥାଏ ଏବଂ ଶରୀରର ତାପମାତ୍ରା ବଢିବାକୁ ଲାଗିଥାଏ । ଯାହାକୁ ଆମେ ଜ୍ବର ହୋଇଥିବା କହିଥାଉ । ଶରୀରରେ ଜ୍ବର ଆସିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ । ଯାହା କୌଣସି ବି ବ୍ୟକ୍ତି ବିଶେଷଙ୍କୁ ହୋଇପାରେ । ତେବେ ଏହି ଜ୍ବର ବିଭିନ୍ନ କାରଣରୁ ହୋଇଥାଏ । ଯଥା : ଏଲର୍ଜି କାରଣରୁ, ଅତ୍ୟଧିକ ଗରମ କାରଣରୁ, ଥଣ୍ଡାରୁ ଏବଂ ବାକ୍ଟେରିଆ ସଂସ୍ପର୍ଶରେ ଆସିବା କାରଣରୁ ହୋଇପାରେ । ତେଣୁ ଏହିସବୁ ସଂକ୍ରମଣରୁ ରକ୍ଷା ପାଇବା ଉପରେ ଆପଣ ବିଶେଷ ଧ୍ୟାନ ଦେବା ଉଚିତ୍ ।

ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ଜ୍ବର ପ୍ରଭାବରୁ ନିଜକୁ ରକ୍ଷା କରିପାରିବେ ।

ସୋରିଷ ତେଲ:

mustad oilଜ୍ବରରେ ଶରୀରର ତାପମାତ୍ରା କମ୍ କରିବା ପାଇଁ ସୋରିଷ ତେଲ ବହୁର ପାଇଦା ଦାୟକ ହୋଇଥାଏ । ସୋରିଷ ତେଲର ସ୍ବଭାବ ମୁଖ୍ୟତଃ ଗରମ ହୋଇଥାଏ । ଦୁଇ ଚାମଚ ସୋରିଷରେ ରସୁଣ ୪ ପାଖୁଡା ପକାଇ ଏହାକୁ ଗରମ କରିଦିଅନ୍ତୁ । ଏଥିରୁ ଟିକେ ଗରମ କମିବାକୁ ଦିଅନ୍ତୁ । ଏହାପରେ ଅଳ୍ପ ଉଷୁମ ଥିବା ଅବସ୍ଥାରେ ତେଲକୁ ହାତ ଏବଂ ଗୋଡରେ ମାଲିସ୍ କରନ୍ତୁ । ଏହାଦ୍ବାରା ଶରୀରର ତାପମାତ୍ରାକୁ ଏହା କମ୍ କରିଥାଏ ।

ପିଆଜ:

onionପିଆଜ ଖାଇବା ଶରୀର ପାଇଁ ବହୁତ ଉପକାରୀ । ଏହା ମଧ୍ୟ ଜ୍ବରର ତାପମାତ୍ରାକୁ କମ୍ କରିବାରେ ସାହାର୍ଯ୍ୟ କରିଥାଏ । ପିଆଜର ଛୋଟ ଛୋଟ ଖଣ୍ଡ କାଟି ଏହାକୁ ପାଦ ତଳେ ଭଲ ଭାବରେ ଘଷିଦିଅନ୍ତୁ । ଯାହାଦ୍ବାରା ତାପମାତ୍ରା କମ୍ ହୋଇଥାଏ।

ଓଦା କପଡା:

tawelଜ୍ବର କମ୍ କରିବା ପାଇଁ ଓଦା କପଡା ବା ତୌଲିଆକୁ ଥଣ୍ଡା ପାଣିରେ ବୁଡାଇ ଭଲ ଭାବେ ଚିପୁଡି ଦିଅନ୍ତୁ । ଏହାପରେ କପଡା ଟିକୁ ବେକ ଏବଂ ମୁଣ୍ଡ ଉପରେ ଧରି କିଛି ସମୟ ରଖନ୍ତୁ । ପୁଣି ଆଉ ଥରେ ଉକ୍ତ କପଡାକୁ ଥଣ୍ଡା ପାଣିରେ ବୁଡାନ୍ତୁ ଏବଂ ଚିପୁଡି ଶରୀରକୁ ପୋଛି ଦିଅନ୍ତୁ ଏପରି କରିବା ଦ୍ବାରା ତାପମାତ୍ରା କମିଯାଇଥାଏ ।

ଅଦା:

Ginger

ଅଦାରେ ବହୁ ରୋଗକୁ ଠିକ୍ କରିବାର କ୍ଷମତା ରହିଛି । ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ତେଣୁ ଅଦା ପାଡରକୁ ଉଷୁମ ପାଣିରେ ମିଶାଇ ଜ୍ବର ହୋଇଥିବା ରୋଗୀଙ୍କୁ ଗାଧୋଇ ଦିଅନ୍ତୁ । ଏହାଦ୍ବାରା ଶରୀରର ତାପମାତ୍ରା କମ୍ ହୋଇଯାଇଥାଏ ।

ଲେମ୍ବୁ ଏବଂ ମହୁ:

lemonଲେମ୍ବୁରେ ଭିଟାମିନ୍ ସି ରହିଥାଏ । ଯାହା ସଂକ୍ରମଣରୁ ରକ୍ଷା କରିବାର କାମ କରିଥାଏ । ମହୁରେ ମଧ୍ୟ ପୋଷଣ ତତ୍ତ୍ବ ରହିଛି ଯାହା ଶରୀରରକୁ ମଜବୁତ୍ କରିଥାଏ । ଏକ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ରସକୁ ମିଶାଇ ରୋଗୀଙ୍କୁ ଖାଇବାକୁ ଦିଅନ୍ତୁ ଏହାଦ୍ବାରା ଜ୍ବର କମିଯାଇଥାଏ ।

ତୁଳସୀ ପତ୍ର:

tulsiତୁଳସୀ ପତ୍ରରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଛି । ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ । ଯାହାଫଳରେ ଏହା ବାକ୍ଟେରିୟା ଆଦିରୁ ରକ୍ଷା କରିଥାଏ । ତେଣୁ ତୁଳସୀ ପତ୍ର ପାଣିରେ ଫୁଟାଇ ଏଥିରେ ଲବଙ୍ଗ ପାଉଡର ପକାଇ ଥଣ୍ଡା ହେବା ପରେ ଜ୍ବର ହୋଇଥିବା ରୋଗୀଙ୍କୁ ପିଇବାକୁ ଦିଅନ୍ତୁ । ଦେଖିବେ ଜ୍ବର କମିବାରେ ଲାଗିବ ।

ନଡିଆ ତେଲ:

coconut oilନଡିଆ ତେଲରେ ଜୀବାଣୁରୋଧକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଥାଏ । ଯାହା ଜ୍ବରର ଜୀବାଣୁଠୁ ଲଢିବାରେ ସାହାର୍ଯ୍ୟ କରିଥାଏ । ନଡିଆ ତେଲ ବ୍ୟବହାର କରି ଜ୍ବରରେ ପଡିଥିବା ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button