ମନୋରଞ୍ଜନ

ଡିନରରେ ସ୍ୱାମୀଙ୍କୁ ବନାଇ ଖୁଆନ୍ତୁ କିଛି ସ୍ପେଶାଲ, ଆଜି ହିଁ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ରେସିପି

ଆପଣ ସେଉ ଟମାଟୋ ତରକାରୀ ଆଗରୁ ବୋଧହୁଏ ଖାଇଥିବେ, ଯାହା ଏତେ ଟେଷ୍ଟି ଯେ ପାଟିରୁ ଲାଳ ବାହାରିଆସେ। ସେଥିପାଇଁ ଆପଣଙ୍କର ପସନ୍ଦଙ୍କୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟମାଟୋ ନୁହେଁ ବରଂ ଦହିରେ ପ୍ରସ୍ତୁତ ସେଉ ତରକାରୀ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଦହିରେ ପ୍ରସ୍ତୁତ ସେଉ ତରକାରୀ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଏକ ଅଲଗା ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

-୧ କପ୍‌ ଦହି

-୧/୨ଛୋଟ ଚାମଚ ଦହି

-୧/୨ ଛୋଟ ଚାମଚ ଲଙ୍କା

-ଗୋଟିଲ କଞ୍ଚା ଲଙ୍କା

-ଏକ ଚିମୁଟାଏ ଗରମ ମସଲା

-୧/୨ କପ୍‌ ଛୋଟ ଚାମଚ ଜିରା

-୧/୨ ଛୋଟ ଚାମଚ ରାଇ

-ଅଳ୍ପ ଭ୍ରୁଷୁଙ୍ଗ ପତ୍ର

-ଏକ ଚତୁର୍ଥ ଚାମଚ ହେଙ୍ଗୁ

-ଏକ ଚତୁର୍ଥ କପ୍‌ ମୋଟା ସେଉ

-ଏକ ଛୋଟ ଚାମଚ ତେଲ

-ଲୁଣ ସ୍ୱାଦାନୁସାରେ

seuପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନ ନେଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ଭ୍ରୁଷୁଙ୍ଗ ପତ୍ର ପକାଇ ଭାଜନ୍ତୁ। ଏବେ ଏଥିରେ ହେଙ୍ଗୁ ମିଶାନ୍ତୁ ଏବଂ ବାସ୍ନା ଆସିବା ପଯ୍ୟର୍ନ୍ତ ଭାଜନ୍ତୁ। ଏହାପରେ ଏଥିରେ ମସଲା ପକାନ୍ତୁ। ଏବେ ଫେଣ୍ଟା ହୋଇ ରହିଥିବା ଦହି ପକାନ୍ତୁ ଏବଂ ଲଗାତର ୨ ମିନିଟ୍‌ ପଯ୍ୟର୍ନ୍ତ ଚଲାନ୍ତୁ। ଏବେ ଏଥିରେ ସେଉ ମିଶାଇ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏବେ ତରକାରୀରେ ଧନିଆପତ୍ର ପକାଇ ସଜାଇ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button