ସ୍ୱାସ୍ଥ୍ୟ

ପାଦରେ ମଧ୍ୟ ହୋଇପାରେ ବୋନ୍‌ କ୍ୟାନସର, ଏହି ଲକ୍ଷଣକୁ ଆଦୌ ବି କରନ୍ତୁ ନାହିଁ ଅଣଦେଖା

କ୍ୟାନସର ଆଜିର ସମୟରେ ସବୁଠାରୁ ଅଧିକ ଭୟଙ୍କର ରୋଗ ରୂପେ ଠିଆ ହୋଇଛି। ଯାହାର ନାମ ଶୁଣିଲେ ଲୋକମାନେ ଡରି ଯାଉଛନ୍ତି। କାରଣ ଠିକ ସମୟରେ କ୍ୟାନ୍ସରକୁ ଚିହ୍ନି ନପାରିଲେ ତାହା ପରବର୍ତ୍ତୀ ସମୟରେ ଜୀବନକୁ ମଧ୍ୟ ନେଇଯାଇଥାଏ। ଏହି ଗମ୍ଭୀର ରୋଗ ଶରୀରରେ କୌଣସି ବି ଅଙ୍ଗରେ ହୋଇପାରେ। କିନ୍ତୁ ଯେତେବେଳେ କଥା ବୋନ୍‌ କ୍ୟାନ୍ସରର ହୋଇଥାଏ ତେବେ ଏହା ଶରୀରରେ ଏକ ଗଣ୍ଠିରୁ ଆରମ୍ଭ ହୋଇ ପୂରା ଶରୀରକୁ ଗ୍ରାସ କରିଥାଏ। କିନ୍ତୁ ଅଧିକାଂଶ ସମୟରେ ଦେଖାଦେଇଛି ସର୍ବପ୍ରଥମେ ପାଦରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ।

cancerପାଦରେ ଫ୍ରାକଚର

ବିନା କୌଣସି ଚାପ କିମ୍ବା ଆଘାତରେ ପାଦର ଗଣ୍ଠି ଫ୍ରାକଚର ହୋଇଯାଏ ତେବେ ଏଭଳି ସମସ୍ୟା ଦେଖାଗଲେ ତାହା ବୋନ୍‌ କ୍ୟାନ୍ସରର କାରଣ ହୋଇପାରେ ସମ୍ଭାବନା କରାଯାଏ। କାରଣ କ୍ୟାନସରର କୋଶିକା ଗଣ୍ଠିର ଲାଳାଂଶକୁ କମ୍‌ କରିଦେଇଥାଏ। ଖାାସକରି ଜଏଣ୍ଟ ସ୍ଥାନରେ। ଏହି କୋଶିକା ଗଣ୍ଠିକୁ ଦୁର୍ବଳ କରିଦେଇଥାଏ ଯେଉଁ କାରଣରୁ ଫ୍ରାକଚର ହୋଇଯାଇଥାଏ।

ପାଦ ଯନ୍ତ୍ରଣା

ବୋନ୍‌ କ୍ୟାନସର ଲକ୍ଷଣରେ ପାଦ ବହୁତ ଯନ୍ତ୍ରଣା କରିଥାଏ। ଖାସକରି ରାତି ସମୟରେ ଏହି ଯନ୍ତ୍ରଣା ଅଧିକ ହୋଇଥାଏ। ଯଦି ଏହି ଯନ୍ତ୍ରଣା କମ୍‌ ହେବାରେ ନାମ ଧରୁନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରାନ୍ତୁ।

bone kkancerକାହିଁକି ହୋଇଥାଏ ବୋନ୍‌ କ୍ୟାନସର

ବୋନ କ୍ୟାନସର ହେବାର କୌଣସି ନିଶ୍ଚିତ କାରଣ ଜଣାପଡିନଥାଏ। କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ ଯଦି ପରିବାରରେ ପ୍ରଥମରୁ ଏମିତି ହେବାର ଇତିହାସ ଥାଏ ତେବେ ତାଙ୍କର ବୋନ୍‌ କ୍ୟାନସର ରୋଗରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଥାଏ। ଏହାଛଡା ଯଦି କେବେ ରେଡିଏସନ ଥେରାପି ନେଇଛନ୍ତି ତେବେ ମଧ୍ୟ ବୋନ କ୍ୟାନସର ହେବାର ସମ୍ଭାବନା ରହିଥାଏ। ତେବେ ଆପଣ ଏହି ସବୁ ଲକ୍ଷଣକୁ ବିଲକୁଲ ଅଣଦେଖା ନକରି ସମୟ ପୂର୍ବରୁ ଏହାର ଚିକିତ୍ସା କରାଇନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button