ଓଡିଶା

ଫଳ ବୋଝେଇ ଟ୍ରକରୁ ଚୋରା ଗଞ୍ଜେଇ, ୩ ଗିରଫ

ଭୁବନେଶ୍ଵର: ଥମୁନି ଗଞ୍ଜେଇ ଚୋରା ଚାଲାଣ। ତାହା ପୁଣି ଅଭିନବ ଉପାୟ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵରରେ । ଏକ ଫଳ ବୋଝେଇ ଟ୍ରକରୁ ମିଳିଛି ଚୋରା ଗଞ୍ଜେଇ । ଆନ୍ଧ୍ର ପ୍ରଦେଶରୁ ଏକ ଟ୍ରକ ଫଳ ବୋଝେଇ କରି ଭୁବନେଶରକୁ ଆସୁଥିବାବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୮୦୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ରବିବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ଛକି ରହିଥିଲେ। ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା। ଏକ କାର୍‌ ତାକୁ ଏସ୍କର୍ଟ ଦେଇ ଆଣୁଥିଲା। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେମାନେ ଡିଆରଆଇର କର୍ମଚାରୀଙ୍କୁ ଦେଖି ଦ୍ରୁତ ଗତିରେ ଗାଡ଼ି ଚଲାଇଥିଲେ। ପରେ ପିଛା କରି ଫଳ ବୋଝେଇ ଟ୍ରକ ଟିକୁ ଜବତ କରି ସେଥିରୁ ଗଞ୍ଜେଇ ଜବତ କରାଯାଇଥିଲା। ଡିଆରଆଇ ପକ୍ଷରୁ ଘଟଣାର ଅଧିକ ତଦନ୍ତ କରାଯାଉଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button