ଦେଶ ବିଦେଶ

ଏକ ଏମିତି ମନ୍ଦିର ଯାହା ଭିତରକୁ ପ୍ରବେଶ କରିବାକୁ ଡରନ୍ତି ଲୋକ, ଜାଣନ୍ତୁ କଣ ଅଟେ ଏହି ମନ୍ଦିରର ରହସ୍ୟ

ମଣିଷକୁ ଯେତେବେଳେ କୌଣସି କଥାର ଡର ଲାଗିଥାଏ କିମ୍ବା ଭୁତ ପିଶାଚକୁ ଡର ଲାଗିଥାଏ ତେବେ ସେ ଭଗବାନଙ୍କୁ ମନେ ପକାଇ ଥାଏ ଏବଂ ଭଗବାନଙ୍କୁ ଧ୍ୟାନ କରିବା ସହିତ ଲୋକମାନେ ମନ୍ଦିର ବି ଚାଲିଯାଆନ୍ତି । ମନ୍ଦିରରେ ଭଗବାନଙ୍କୁ ଧ୍ୟାନ କରିବା ଦ୍ଵାରା ତାଙ୍କର ଭକ୍ତିରେ ଲୋକମାନେ ନିଜକୁ ସୁରକ୍ଷିତ ମନେ କରନ୍ତି । କଣ ଆପଣ କେବେ କଳ୍ପନା କରି ପାରିବେ ଏକ ଏମିତି ମନ୍ଦିର ବି ଅଛି ଯେଉଁଠି ଯିବାକୁ ଲୋକମାନେ ଡରନ୍ତି । ଏହି ମନ୍ଦିର ଭିତରେ ଲୋକମାନଙ୍କୁ ଭୁତ ପିଶାଚର ଡର ଲାଗିଥାଏ ।

ପ୍ରସିଦ୍ଧ ମନ୍ଦିର

ଏମିତି ଅଦ୍ଭୁତ ମନ୍ଦିର ହିମାଚଳ ପ୍ରଦେଶର ଚମ୍ବା ନାମକ ଗୋଟିଏ ଛୋଟ ଅଞ୍ଚଳରେ ଅବସ୍ଥିତ । ଏହି ମନ୍ଦିରକୁ ଯିବା ଦ୍ଵାରା ଲୋକମାନଙ୍କୁ ଭୂତର ଡର ଲାଗିଥାଏ । ଏହି ମନ୍ଦିର ଛୋଟ ଅଟେ କିନ୍ତୁ ନିଜର ଏହି ଅଦ୍ଭୁତ କାରଣ ଯୋଗୁ ଏହି ମନ୍ଦିର ଦୂର ଦୂର ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ । ଏହି ମନ୍ଦିର ଭିତରକୁ ଲୋକମାନେ ପ୍ରବେଶ କରନ୍ତି ନାହିଁ ଏବଂ କେବଳ ଦୂରରୁ ହିଁ ଦର୍ଶନ କରନ୍ତି । ଏହି ମନ୍ଦିର ମୃତ୍ୟୁର ଦେବତା ଯମରାଜଙ୍କର ଅଟେ । ତାଙ୍କ ପାଇଁ ହୋଇଥିବା ଏହି ଗୋଟିଏ ମାତ୍ର ମନ୍ଦିର ଯାହା ଭାରତରେ ଅବସ୍ଥିତ ।

ଲୋକମାନଙ୍କର କହିବା ଅଟେ କି ଏହି ମନ୍ଦିର କେବଳ ଯମରାଜଙ୍କ ପାଇଁ ତିଆରି କରାଯାଇଛି ଏବଂ ତାଙ୍କ ଛଡା ଆଉ କେହି ଏହି ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ । ଏହି ମନ୍ଦିରରେ ଚିତ୍ରଗୁପ୍ତ ମହାରାଜଙ୍କର ଗୋଟିଏ ଘର ଅଛି ଯେଉଁଥିରେ ଲୋକମାନଙ୍କର ଭଲ ଏବଂ ଖରାପ କର୍ମର ଲେଖା ଜୋଖା ହୋଇଥାଏ ।

ଚିତ୍ରଗୁପ୍ତ ବି ଅଛନ୍ତି

ଯମରାଜ ବ୍ୟକ୍ତିର ପ୍ରାଣ ତାହାର ଶରୀରରୁ ଅଲଗା କରି ଦିଅନ୍ତି, କିନ୍ତୁ ତାହାକୁ ସ୍ଵର୍ଗ ଯିବାକୁ ପଡିବ କି ନର୍କ ଏହାର ହିସାବ ଚିତ୍ରଗୁପ୍ତଙ୍କର ଲେଖାଜୋଖାର ହିସାବ ଦେଖିବା ପରେ କରିଥାନ୍ତି । ଚିତ୍ରଗୁପ୍ତ ମହାରାଜ ପଶୁ ଠୁ ମଣିଷ ପର୍ଯ୍ୟନ୍ତ ସମସ୍ତ ଜୀବିତ ପ୍ରାଣୀଙ୍କ କର୍ମର ହିସାବ କରନ୍ତି । ଏମିତି କୁହାଯାଏ କି ମନ୍ଦିର ଭିତରେ ୪ଟି କବାଟ ଅଛି ଯାହା ସୁନା, ଚାନ୍ଦି, ତମ୍ବା ଏବଂ ଲୁହାରେ ତିଆରି କରାଯାଇଛି ।

ଏହି କବାଟ ଦର୍ଶାଇ ଥାଏ କି ଯେଉଁ ବ୍ୟକ୍ତି ଅଧିକ ପାପ କରିଥାଏ ତାହର ଆତ୍ମା ଏହି ଲୁହା କବାଟରେ ଯାଇଥାଏ । ଯିଏ ଅଳ୍ପ ପାପ କରିଥାଏ ସେ ତମ୍ବା କବାଟରେ, ତାହା ଠାରୁ କମ ପାପ କରିଥିବା ବ୍ୟକ୍ତିର ଆତ୍ମା ଚାନ୍ଦି କବାଟରେ ଏବଂ ଯିଏ କୌଣସି ବି ପାପ କରି ନଥାଏ ସେ ସୁନାର କବାଟରୁ ବାହାରକୁ ଯାଇଥାଏ ।

ଏତେ ଭଲ ମନ୍ଦିର ହୋଇଥବା ପରେ ମଧ୍ୟ ଏହି ମନ୍ଦିରକୁ ଲୋକମାନେ କେହି ଯିବାକୁ ଚାହାଁନ୍ତି ନାହିଁ । ଏହା ଏଥିପାଇଁ କାରଣ ମନ୍ଦିର ଭିତରକୁ ଯିବା ମାନେ ଯମରାଜଙ୍କ ପାଖକୁ ଯିବା ସହିତ ସମାନ ଅଟେ ବୋଲି କୁହାଯାଏ । ଏହି ମନ୍ଦିର ଭିତରକୁ ଲୋକମାନେ ଯିବାକୁ ଡରନ୍ତି ଏବଂ ଡର ଅନୁଭବ କରନ୍ତି । ଏହି କାରଣରୁ ଏହି ମନ୍ଦିର ଲୋକମାନଙ୍କୁ ବହୁତ ଆକର୍ଷିତ କରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button