କ୍ରାଇମ

ପଶ୍ଚିମବଙ୍ଗକୁ ଗୋଚାଲାଣ ବେଳେ ଜବତ ହେଲା ୫୦ ଗୋରୁଙ୍କ ସହ ଦୁଇଟି ମିନିଟ୍ରକ – Utkal Mail


ଭୋଗରାଇ: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ କମର୍ଦା ନିକଟରୁ ଜବତ ହେଲା ୫୦ଟି ଗୋରୁ ସହ ଦୁଇଟି ମିନିଟ୍ରକ। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗକୁ ୫୦ରୁ ଉର୍ଦ୍ଧ୍ବ ଗୋରୁ ଦୁଇଟି ମିନିଟ୍ରକରେ ଚାଲାଣ ହେଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ କମର୍ଦା ପୁଲିସ ନହରା ଛକ ନିକଟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ସେଥିରୁ ୫୦ଟି ଗୋରୁଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର -ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ରାସ୍ତାଦେଇ ପଶ୍ଚିମବଙ୍ଗକୁ ମିନିଟ୍ରକରେ ୫୦ରୁ ଉର୍ଦ୍ଧ୍ବ ଗୋରୁ ଚାଲାଣ ହେଉଥିଲା।ପୁଲିସ ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇ ବାମପଦା ଗୋଶାଳାରେ ରଖାଯାଇଛି। ତେବେ ବାରମ୍ବାର ଏଭଳି ଗୋଚାଲାଣ ହେବା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। କିଭଳି ଭଦ୍ରକରୁ ଗୋରୁ ବୋଝେଇ ହୋଇଛି ଭୋଗରାଇ ପର୍ଯ୍ୟନ୍ତ ପହଞ୍ଚିଲା। ଭଦ୍ରକରୁ ଭୋଗରାଇ ମଧ୍ୟରେ ଅନେକ ଥାନା ଓ ଫାଣ୍ଡି ରହିଛି ହେଲେ କିଭଳି ଏପର୍ଯ୍ୟନ୍ତ ଗାଡ଼ି ଆସିଲା ଆଉ ଶେଷ ସୀମାରେ ପୁଲିସ ହାବୁଡ଼ରେ ପଡ଼ିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button