ଓଡିଶା

ରାଜ୍ୟ ସରକାରଙ୍କ ଦଶହରା ଭେଟି; ଆଜି ଆସିବ ସୁଭଦ୍ରା ଟଙ୍କା

ଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଏଥିପାଇଁ ଉତ୍ସାହିତ ଅଛନ୍ତି ମହିଳା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ। ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ବି ଉପସ୍ଥିତ ରହିବେ।

ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା। ଦିନ ୧୨ଟା ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ମାସକ ଭିତରେ କୌଣସି ସରକାରୀ ଯୋଜନାରେ ଏକ କୋଟି ମହିଳା ପଞ୍ଜୀକରଣ କରିବା ରେକର୍ଡ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସେପ୍ଟେମ୍ବର ୧୭ରେ ପ୍ରଥମ ପର୍ଯ୍ୟାୟରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କୁ ଖାତାକୁ ଟଙ୍କା ଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button