ଓଡିଶା

ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ଗ୍ରେଡ୍ ମାନ୍ୟତା – Utkal Mail



ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଫେରି ପାଇଲା ନିଜର A+ ରାଙ୍କିଂ ମାନ୍ୟତା। ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା। କିଛି ଦିନ ତଳେ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳକୁ A ମାନ୍ୟତା ଦେଇଥିଲା। ଅଭିଯୋଗ ପରେ ପୁନଃ ଯାଞ୍ଚ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ ଦେଲା A+। ୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ A+ ଗ୍ରେଡ୍‌‌ ମାନ୍ୟତା ମିଳିଥିଲା ।

ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନସ୍ଥ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ପ୍ରଦାନ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୟୁଜିସି ନାକ୍ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଦ୍ୱାରା ୩.୨୬ ଅନ୍ତିମ ଗ୍ରେଡ୍ ପଏଣ୍ଟ ପ୍ରଦାନ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ A+ ମାନ୍ୟତା ଫେରିପାଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି, କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟ ଖୁସିର ଲହରି ଖେଳିଯାଇଛି।

ଶିକ୍ଷାବିତ୍, ବୁଦ୍ଧିଜୀବୀ ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କ ସମେତ ଅନେକ ଲୋକ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ଗ୍ରେଡ୍ ମାନ୍ୟତା ହ୍ରାସ ପାଇବାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ପରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନସ୍ଥ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ ସାମ୍ନାର ଏକ ନୂତନ ମୂଲ୍ୟାଙ୍କନ କରିବା ପାଇଁ ଏକ ଆବେଦନ କରିବାକୁ ଯୋଜନା କରିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button