ଓଡିଶା
ସମୁଦ୍ରରେ ଗାଧୋଉଥିବାବେଳେ ଅଘଟଣ , ଜଣେ ଯୁବକ ନିଖୋଜ ଦୁଇ ଉଦ୍ଧାର

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବେଳେ ଅଘଟଣ । ଜଣେ ଯୁବକ ନିଖୋଜ ହୋଇଥିବା ବେଳେ ଦୁଇ ଯୁବକ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ନିଖୋଜ ଯୁବକ ମୟୂରଭଞ୍ଜର ବିଶ୍ୱଜିତ୍ କୁମାର ଦେ । ସେହିପରି ଯାଜପୁରର ଦୀପକ କୁମାର ମହନ୍ତ ଓ ମୟୂରଭଞ୍ଜ ଝାରପୋଖରିଆର ଦେବାଶିଷ ପରିଡ଼ା ଉଦ୍ଧାରହୋଇଛନ୍ତି ।ପୁରୀ ସ୍ଵର୍ଗଦ୍ଵାର ସମ୍ମୁଖ ସମୁଦ୍ରରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ଏନେଇ ଅଗ୍ନିଶମ ବିଭାଗ ଆଗ୍ନିକ ଓ ଲାଇଫଗାର୍ଡ ଅକ୍ଲାନ୍ତ ପରିଶ୍ରମ କରି ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି । ପୁରୀ ବେଳାଭୂମିରେ ସେକ୍ଟର ୮ ଓ ୯ ରେ ଏପରି ଘଟିଛି ଘଟଣା।