ଓଡିଶା

ଝାଡ଼ଖଣ୍ଡୀ ମାଫିଆଙ୍କ ସମ୍ପୃକ୍ତି: ୨୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ, ୪ ଗିରଫ

ବାରିପଦା/ଶୁଳିଆପଦା: ମୟୂରଭଞ୍ଜରେ ମାତିଛନ୍ତି ଝାଡ଼ଖଣ୍ଡୀ ଜଙ୍ଗଲ ମାଫିଆ। ଛତିଶଗଡ଼ର ରାୟପୁରକୁ ଚୋରା ଚାଲାଣ ବେଳେ ଆଜି ଜାମଶୋଳାଛକ ନିକଟରେ ଚଢ଼ଉ କରି ଦୁଇଟି ହାତୀଦାନ୍ତ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାର ମଙ୍ଗୁଳି ସୋରେନ, ଚାକୁଳିଆର ବିଜୟ ହାଁସଦା, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଢାଲଶୋଳର ବିର୍ସା ମୁଣ୍ଡା ଓ କଟିଗଢ଼ିଆ ଗାଁର ଯୋଗେଶ୍ବେର ନାୟକ ଧରାପଡ଼ିଛନ୍ତି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ସିଏଫ୍‌ ରବୀନ୍ଦ୍ର କୁମାର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ହାତୀଦାନ୍ତ ଚୋରା ଚାଲାଣ ନେଇ ଦେଉଳି ରେଞ୍ଜର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଖବର ପାଇଥିଲେ। ଜାମଶୋଳା ଛକ ନିକଟରେ ଦୁଇଜଣ ବ୍ୟକ୍ତି ଏକ ବ୍ୟାଗ୍‌ରେ ଗାମୁଛା ଗୁଡ଼ାଇ ଦୁଇଟି ହାତୀଦାନ୍ତକୁ ଜେଏଚ୍‌-୦୫-ଏକେ-୬୧୮୪ ନମ୍ବର ବାଇକ୍‌ରେ ଚାଲାଣ କରୁଥିବା ବେଳେ ସେମାନଙ୍କୁ ଧରାଯାଇଥିଲା। ଏଥିସହ ସେମାନଙ୍କୁ ବାଇକ୍‌ରେ ଏସ୍‌କର୍ଟ କରୁଥିବା ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ବି କାବୁ କରାଯାଇଥିଲା। ଜବତ ହାତୀଦାନ୍ତର ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗୋଟିଏ ଦାନ୍ତର ଓଜନ ୧ କେଜି ରହିଥିବା ବେଳେ ଅନ୍ୟଟି ୧.୨ କେଜି ରହିଛି। ହାତୀଦାନ୍ତର ନମୁନା ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ତାହା କେଉଁ ବର୍ଗର ହାତୀଦାନ୍ତ ଓ କେବେ ହାତୀ ଶିକାର କରାଯାଇଥିଲା, ତାହା ସ୍ପଷ୍ଟ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button