ମନୋରଞ୍ଜନ

ଓଡିଆ ଜଗତର ଏହ ସବୁ ମହାନ କଳାକାର ଯିଏ ଏବେ ଆଉ ଦୁନିଆରେ ନାହାନ୍ତି

ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମକୁ ଛାଡି ଚାଲି ଯାଇଛନ୍ତି କିନ୍ତୁ ଆଜି ବି ଲୋକ ତାଙ୍କ ଅଭିନୟ ପାଇଁ ତାଙ୍କୁ ମନେ ପକାନ୍ତି ଏବଂ ତାଙ୍କ ଫିଲ୍ମ ଦେଖିବା ପସନ୍ଦ କରନ୍ତି, ତେବେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । ଓଡିଆ ଫିଲ୍ମ ଦୁନିଆରେ ବହୁତ ଏମିତି କଳାକାର ଅଛନ୍ତି ଯେଉଁମାନେ ମୃତ୍ୟୁ ପରେ ବି ତାଙ୍କ ଦର୍ଶକ ମାନକ ହୃଦୟରେ ରାଜ କରୁଛନ୍ତି । ଆପଣ ମାନେ ଜାଣି ନଥିବେ କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ କଳାକାର ମୃତ୍ୟୁ ପାଇ ସାରିଲେଣି ।

୧. ମୀନକେତନ :

ଆପଣମାନେ ମୀନକେତନଙ୍କୁ ଜାଣିଥିବେ ସେ ମଧ୍ୟ ବହୁତ ଭଲ ଭିଲନ ଅଭିନୟ କରୁଥିଲେ ତାଙ୍କ ସମୟରେ ତାଙ୍କର ବହୁତ ଡିମାଣ୍ଡ ଥିଲା ସେ ନିଜ ଅଭିନୟରେ ସତ୍ୟତା ଆଣୁଥିଲେ । ସେ ହୃଦୟ ରୋଗ ଦ୍ଵାରା ମୃତ୍ୟୁ ପ୍ରାପ୍ତ କରିଥିଲେ, ସେ ନିଜ ଜୀବନରେ ବହୁତ ଭଲ କାମ ମଧ୍ୟ କରିଥିଲେ ।

୨. ମାମିନା :

ତେବେ ଆପଣ ମାମିନାଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ବହୁତ ଫିଲ୍ମରେ କମେଡିଆନ କାମ କରିଛନ୍ତି ଏବଂ ଦର୍ଶକ ମାନଙ୍କ ଠାରୁ ବହୁତ ପ୍ରଶଂସା ମଧ୍ୟ ପ୍ରାପ୍ତ କରିଛନ୍ତି, ମାମିନା ତାଙ୍କ ସମୟରେ ବହୁତ ଭଲ ଅଭିନୟ କରୁଥିଲେ ଏବଂ ତାଙ୍କ ତୁଳନା କାହା ସହ କରା ଯାଇ ପାରିବ ନାହିଁ ।

୩. ଗ୍ଲୋରିୟା ମହାନ୍ତି :

ଗ୍ଲୋରିୟା ତାଙ୍କ ଜୀବନରେ ବହୁତ ଫିଲ୍ମ ଏବଂ ସିରିୟଲରେ କାମ କରିଛନ୍ତି ତାଙ୍କ ଜୀବନରେ ସେ ବହୁତ ସଂଘର୍ଷ କରି ଆଗକୁ ବଢି ଥିଲେ, ସେ ଜେଜେମା ଅଭିନୟ ଏତେ ଭଲ କରୁଥିଲେ ଯେ ବହୁତ ଫିଲ୍ମରେ ତାଙ୍କୁ ଜେଜେମା ଅଭିନୟ ମିଳିଥିଲା ଏବଂ ଦର୍ଶକମାନଙ୍କୁ ମଧ୍ୟ ତାଙ୍କ ଏହି ରୋଲ ବହୁତ ପସନ୍ଦ ଆସିଥିଲା ଲୋକ ଆଜି ବି ତାଙ୍କୁ ଜେଜେମା ବୋଲି ଡାକନ୍ତି ।

୪. ହର ପଟ୍ଟନାୟକ :

ତେବେ ଓଡିଆ ଜଗତରେ ହର ପଟ୍ଟନାୟକ ବହୁତ ବଡ ନା ଅଟେ , ସେ ନିଜ ସମୟରେ ବହୁତ ଭଲ ଭିଲନ ଥିଲେ ତାଙ୍କ ନିଜ ଜୀବନରେ ସେ ବହୁତ ଭଲ ଲୋକ ଥିଲେ, ତାଙ୍କୁ କ୍ୟାନ୍ସର ଭଳି ଭୟଙ୍କର ରୋଗ ହୋଇଥିଲା ଯାହା ଚିକିତ୍ସା ପରେ ଭଲ ମଧ୍ୟ ହୋଇଯାଇଥିଲା କିନ୍ତୁ ପରେ ଏହି ରୋଗ ଭିତରେ ବଢିଯାଇ ତାଙ୍କ ଜୀବନ ନେଇ ଗଲା ।

୫. ରୁନୁ ପାରିଜା :

ରୁନୁ ପାରିଜା ଓଡିଆ ଚଳଚିତ୍ର ଜଗତ ଏମିତି ଗୋଟେ ନା ଯାହାକୁ ଲୋକ କେବେ ଭୁଲି ପାରିବେ ନାହିଁ, ସେ ଭଲ ଏବଂ ଖରାପ ଦୁଇଟି ଅଭିନୟ ବହୁତ ସହଜ ଭାବରେ କରିଥାନ୍ତି ତାଙ୍କ ସମୟ ସବୁ ଚଳଚିତ୍ରରେ ତାଙ୍କୁ ଝଗଡାଲୁ ଶାଶୁ ଅଭିନୟ ଦିଆ ଯାଉଥିଲା ଯାହା ସେ ବହୁତ ଭଲ ଭାବରେ କରୁଥିଲେ ଏବଂ ଦର୍ଶକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button