ଲଗାତାର 3 ଦିନ ଖାଲି ପେଟରେ ବେଲ ପତ୍ର ଖାଇବା ଦ୍ଵାରା ଯାହା ହେବ ନା…ଏହି ଭୟଙ୍କର ରୋଗ ଭଲ କରିଥାଏ ବେଲପତ୍ର
ହିନ୍ଦୁଧର୍ମରେ ପ୍ରତିଦିନ ଭଗବାନ ଶିବଙ୍କ ମନ୍ଦିରରେ ହଜାର ହଜାର ବେଲପତ୍ର ଚଢା ଯାଇଥାଏ । ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ବେଲପତ୍ରର ଅନେକ ଫାଇଦା ବିଷୟରେ ଉଲ୍ଲେଖ ରହିଛି । ବେଲପତ୍ର ଅତି ଭୟଙ୍କର ରୋଗରୁ ଉପଶମ ଦେଇପାରେ । ତେବେ ଆଜି ଆମେ ଆପଣଙ୍କୁ ବେଲପତ୍ରର ଉପକାରିତା ତଥା ବେଲପତ୍ର ସେବନ କଲେ କେଉଁ ସବୁ ଭୟଙ୍କର ରୋଗରୁ ମୁକ୍ତି ମିଳିଥାଏ ସେହି ବିଷୟରେ ଜଣାଇବୁ । ଏହିସବୁ ଜାଣିଲେ ଆପଣ ଆଜି ହିଁ ବେଲପତ୍ର ଖାଇବା ଆରମ୍ଭ କରିଦେବେ ।
ବେଲପତ୍ର ଅତି ପୁରୁଣା ରକ୍ତଚାପକୁ ଭଲ କରି ଦେଇପାରେ । ଯଦି ଆପନ୍ନକ ଘରେ କାହାକୁ ଉଚ୍ଚ ରକ୍ତଚାପ ସମସ୍ଯା ରହିଛି ତେବେ ତିନିରୁ ଚାରୋଟି ବେଲପତ୍ର ନେଇ ଏକ ହିମଦସ୍ତା ସାହାଯ୍ୟରେ ଭଲ ଭାବେ କୁଟି ଚଟଣି ବନେଇ ଦିଅନ୍ତୁ ଓ ଏହାକୁ ଏକ ଗ୍ଳାସ ପାଣିରେ ମିଶାଇ କାଢା ପ୍ରସ୍ତୁତ କରି ଦିଅନ୍ତୁ । ଉଚ୍ଚ ରକ୍ତଚାପ ସମସ୍ଯା ଥିବା ବ୍ୟକ୍ତିଙ୍କୁ ସକାଳୁ ଖାଲିପେଟରେ ଏହାକୁ ସେବନ କରିବାକୁ ଦିଅନ୍ତୁ । ଏହାସହ ଉଷୁମ ପାଣି ମଧ୍ୟ ପିଇ ପାରିବେ । ଏହାଦ୍ବାରା ଏକରୁ ଦୁଇ ମାସ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ଯା ଭଲ ହୋଇ ଯାଇଥାଏ ।
ଆଜିକାଲି ବହୁତ କମ୍ ବୟସରୁ ଯୁବା ଯୁବତୀ ମାନେ ଅଧିକ ବୟସକ ଦେଖା ଯାଉଛନ୍ତି । ଆମେ କହିଥିବା ଏହି କାଢ ସେବନ କରିବା ଦ୍ଵାରା ଆପଣଙ୍କ ତ୍ଵଚ ମଧ୍ୟ ଉଜ୍ଵଳ ଓ ସତେଜ ରହିଥାଏ । ଯାହାଫଳରେ ଆପଣ ଅଧିକ ବୟସ ହେବା ଯାଏଁ ବି ଯବାନ ଦେଖାଯିବେ । ଏହାସହ ଏହି କାଢା ଡାଇବେଟିସ ଭଳି ରୋଗରୁ ମଧ୍ୟ ଉପଶମ ଦେଇଥାଏ । ବେଲପତ୍ର ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।
ରାତିରେ ଶୋଇବା ଆଗରୁ ଏକ ତମ୍ବା ପାତ୍ରରେ ପାଣି ରଖି ଦିଅନ୍ତୁ । ସକାଳେ ୫-୬ ବେଲପତ୍ର, ୫-୬ଟି ନିମପତ୍ର ଓ ୫-୬ଟି ତୁଳସୀ ପତ୍ରକୁ ଭଲ ଭାବେ କୁଟି ଦିଅନ୍ତୁ ଓ ସେଥିରେ ଖଣ୍ଡେ ଅଦା ଓ ହଳଦୀର ରସ୍ତ ମଧ୍ୟ ଅଧା ଚାମୁଚ ଲେଖାଏଁ ମିଶାଇ ଦିଅନ୍ତୁ । ଏସବୁକୁ ତମ୍ବା ପାତ୍ରରେ ରଖିଥିବା ପାଣିରୁ ଏକ ଗ୍ଳାସ ପାଣିରେ ମିଶାଇ ଭଲଭାବେ ଫୁଟାଇ ଦିଅନ୍ତୁ । ଯଦି ଆପଣ ପ୍ରତିଦିନ ଏହି ପାନୀୟକୁ ପିଇବେ ଏହା ଏକ ମାସ ମଧ୍ୟରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ୫ରୁ ୧୦ ଗୁଣ ବଢେଇ ଦେଇଥାଏ ।
ମାତ୍ର ଏହା ସେବନ କରିବା ସହ ଅପ୍ନା ଯୋଗ ଏବଂ ପ୍ରାଣାୟମ ଆଦି କରିବା ମଧ୍ୟ ଆବଶ୍ୟକ ଅଟେ । ପୁରୁଷ ମାନେ ତାଙ୍କ ଶରୀରର ଫୁର୍ତ୍ତି ବଢାଇବା ପାଇଁ ୨ଟି ବେଲପତ୍ର, ୨ଟି ଖଜୁରୀ ଓ ସାମାନ୍ଯ ଅଶ୍ଵଗନ୍ଧା ମିଶାଇ ଭଲଭାବେ କୁଟି ଦିଅନ୍ତୁ ।
ଏହାକୁ ସକାଳେ ଉଷୁମ ପାଣି ସହ ସେବନ କଲେ ଶରୀରକୁ ଅପାର ଶକ୍ତି ମିଳିଥାଏ । ଆପଣ ଚାହିଁଲେ ଏଥିରେ ଏକ ଚାମୁଚ ମହୁ ମଧ୍ୟ ମିଶାଇ ପାରିବେ । ସକାଳେ କେବଳ ଏକରୁ ଦୁଇଟି ବେଲପତ୍ର ଚୋବାଇ ଖାଇବା ମଧ୍ୟ ଆମ ଶରୀର ପାଇଁ ବିଶେଷ ଲାଭଦାୟୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ