ଓଡିଶା

ଏକା ସହ ୧.୨୬ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇ ରେକର୍ଡ କଲେ ସରକାର

ସୋମବାର ଦିନ ଆନ୍ଧ୍ରା ପ୍ରଦେଶ ସରକାର ୧.୨୬ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିଲେ, କୁହାଯାଉଛି କି ଏହା ପ୍ରଥମ ଥର ପାଇଁ ଆମ ଦେଶ ରେ ହେଲା କି ଥରକେରେ ଏତେ ଲୋକଙ୍କୁ ଚାକିରି ଦିଆଗଲା ।  ଆନ୍ଧ୍ରା ସିଏମ ୱାୟ.ଏସ. ଜଗନ ମୋହନ ରେଡ୍ଡୀ କହିଲେ ସବୁ ବର୍ଷ ଜାନୁଆରୀ ରେ ଏକ ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେଲେ ସରକାରୀ ଚାକିରି ଦିଆଯିବ । ତେବେ ସେପେଟେମ୍ବର ୧ରୁ ୮ମଧ୍ୟରେ ୨୦ ଲକ୍ଷ ଲୋକ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ ।

କିନ୍ତୁ ୧,୯୮,୧୬୪ ପାର୍ଥୀ ପରୀକ୍ଷା ରେ ପାସ କଲେ ଓ  ୧,୨୬,୭୨୮ ପ୍ରାର୍ଥୀ ଚାକିରି ପାଇଲେ ଏବଂ ଭିନ୍ନ ଭିନ୍ନ ପୋଷ୍ଟ ରେ କିଛି ଗାଁ ରେ ତ କିଛି ୱାର୍ଡ ସେକ୍ରେଟରେଟ ସହ ଆହୁରି ୩୧,୬୪୦ ପୋଷ୍ଟ ସହର ରେ ସରକାର ଦେଇଅଛି ।

ଏହା ଦେଶ ର ଇତିହାସ ରେ ସ୍ଵର୍ଣ ଅକ୍ଷର ରେ ଲେଖା ଯିବା କଥା କେବେ ବି କୌଣସି ଦେଶ ରେ ଥରକେରେ ଏତେ ସରକାରୀ ପରମାନେଣ୍ଟ ଚାକିରି କେବେ ଦିଆ ଯାଇ ନାହିଁ । ଏହି ଦୁଇ ମାସ ଭିତରେ ” କହିଲେ ସିଏମ ୱାୟ.ଏସ. ଜଗନ ମୋହନ ରେଡ୍ଡୀ ।

ଏହି ସେକ୍ରେଟରେଟ ପାଇଁ ୨୧ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ, ଯେଉଁ ଥିରେ ୫୦୦ ପବ୍ଲିକ ସର୍ଭିସ ଥିଲା, ଏହି ସେପ୍ଟେମ୍ବର ୧ ରୁ ୮ ଭିତେରେ ୧୯ ଲକ୍ଷ ପାର୍ଥୀ ଏହି ଲିଖିତ ପରୀକ୍ଷା ଦେଇଥିଲେ ।

ଏତେ ଲୋକଙ୍କ ମଧ୍ୟେ ରୁ  ୧୯.୫୦ ଲକ୍ଷ ଲୋକ ପରୀକ୍ଷା ଦେଲେ । ୧,୯୮,୧୬୪ ପ୍ରାର୍ଥୀ ଉତ୍ତିର୍ଣ ହେଲେ ତାଙ୍କ ମଧ୍ୟ ରୁ ୧,୨୬,୭୨୮ ପିଲାଙ୍କର ଚାକିରି ହେଲା, ଏହା ସହ ୩୧,୬୪୦ ପିଲାଙ୍କର ସହର ଜାଗାରେ ଚାକିରି ଦିଆଗଲା ।

ସୋମବାର ଦିନ ବିଜୟୱାଡା ରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ସବୁ ଚାକିରି ପାଇଥିବା ପିଲାଙ୍କୁ ନିଯୁକ୍ତି ପତ୍ର ଦେଲେ । ସବୁ ସେକ୍ରେଟରେଟ ରେ ୧୦-୧୨ ପିଲା ଗୋଟେ ଡିପାର୍ଟମେନ୍ଟରେ ରହିବେ ଯେମିତି କି ପଂଚାୟତ ରାଜ ଏବଂ ରୁରାଲ ଡେଭଲପମେଣ୍ଟ, ରେଭିନ୍ୟୁ, ମେଡିକଲ, ଏବଂ ସ୍ୱାସ୍ଥ୍ୟ, ପଶୁ ପାଳନ, ପାୱର, ଚାଷ ଏବଂ ଦେଶ ସେବା ପାଇଁ ଏହି ପୋଷ୍ଟ ଦିଆ ହୋଇଛି ।

ଏହା ଛଡା ମହିଳା ପୋଲିସ ଏବଂ ମହିଳା ଓ ଛୁଆଙ୍କ ପାଇଁ ମହିଳା ସୁରକ୍ଷା ସବୁ ସେକ୍ରେଟରେଟ ରେ ଗୋଟେ ଲୋକ କୁ ରଖାଯିବ । ୫୦୦ ପିଲାଙ୍କୁ ପବ୍ଲିକ ସର୍ଭିସ ପାଇଁ ସେକ୍ରେଟରେଟ ଦ୍ଵାରା ରଖାଯିବ । ମୁଖ୍ୟମନ୍ତ୍ରୀ କହିଲେ ଆନ୍ଧ୍ରା ରେ ୨.୮ ଲକ୍ଷ ପିଲାଙ୍କୁ ଏହି କାମ ପାଇଁ ରଖି ସାରିଲେଣି, ସେ କହିଲେ ଏହାକୁ କେବେ ଚାକିରି ଭାବିକି କରିବେ ନାହିଁ ଏହା ଏକ ଦେଶ ସେବା ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button