ଧର୍ମ

ଜାଣନ୍ତୁ କାହିଁକି ଭଗବାନଙ୍କୁ ଚଢାଯାଏନି ପିଆଜ ଆଉ ରସୁଣରେ ତିଆରି ଭୋଗ

ଆପଣମାନେ ଜାଣିଥିବେ ହିନ୍ଦୁ ଧର୍ମରେ ଭଗବାନ ଙ୍କ ପାଖେ ପିଆଜ ଆଉ ରସୁଣ ଚଢାଯାଏ ନାହିଁ । ହେଲେ ଆପଣ କେବେ ଭାବିଛନ୍ତି ଏହା କାହିଁକି ହୁଏ ? ଯଦି ନା ତ ଆସନ୍ତୁ ଆମେ ଏହାର କାରଣ ଜାଣିବା।ଆମର ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ପ୍ରଚଳିତ ଅଟେ। ଆଉ ଯାହାର ଆମେ ପାଳନ ବି କରିଥାଉ। ଶାସ୍ତ୍ର ରେ କୁହାଯାଏ ହିନ୍ଦୁ ଧର୍ମର ପିଆଜ ଓ ରସୁଣ କୁ ଭୋଗ ରେ ଲାଗିବାକୁ ମନା ହୋଇଥାଏ। ଏଥିପାଇଁ ଏହି ଦୁଇଟିକୁ କୌଣସି ଧାର୍ମିକ କାମରେ ବ୍ୟବହାର କରଯାଏ ନାହିଁ । ଆଉ ଉପବାସରେ ମଧ୍ୟ ଏହାକୁ ଖିଆଯାଏ ନାହିଁ। ଆଜି ଆମେ ଜାଣିବା ଏହା ପଛର କାରଣ କଣ ଅଟେ।

ଆମ ଶାସ୍ତ୍ର ରେ ପିଆଜ ଆଉ ରସୁଣ କୁ ରାଜସିକ ଆଉ ତାମସିକ ଖାଦ୍ୟ ର ଅନ୍ତର୍ଭୁକ୍ତ କରାଯାଇଛି। ରାଜସିକ ଆଉ ତାମସିକ ର ଅର୍ଥ ହେଉଛି ଅଜ୍ଞାନତା ରେ ବୃଦ୍ଧି। ଶାସ୍ତ୍ର ରେ କୁହାଯାଇଛି ଆମକୁ ଯାହା ବି ଖାଇବାର ଅଛି ତାହା ସାତ୍ଵିକ ହେବା ଦରକାର। ଯେମିତି କ୍ଷୀର,ଭାତ,ଅଟା,ଘିଅ ଆଦି ।

 

ଏହା ଛଡା ରାଗ,ଖଟା, ଚଟପଟା,ଲୁଣ ଆଉ ମିଠା ରୁ ପ୍ରସ୍ତୁତ ଖାଦ୍ୟ କୁ ଅସାତ୍ଵିକ କୁହାଯାଏ । ଯାହା କି ରାଗ ଗୁଣ କୁ ବହୁତ ବଢାଇଥାଏ । ରସୁଣ,ପିଆଜ,ମାଛ,ମାଂସ, ଅଣ୍ଡା ଆଦି ଜାତିରୁ ହିଁ ଅପବିତ୍ର ଅଟେ।ଆଉ ଏହାକୁ ରାକ୍ଷସ ଭୋଜନ ମଧ୍ୟ କୁହଯାଏ ।

 

ଆମକୁ ଏହାକୁ ସାତ୍ଵିକ ଖାଦ୍ୟ ରୂପେ କେବେ ହେଲେ ଖାଇବା କଥା ନୁହେଁ। ନହେଲେ ରୋଗ ଅଶାନ୍ତି ସବୁ ଘରେ ବିନା ଡାକିବାରେ ପଳେଇଆସେ । ଏଥିପାଇଁ ପୁରାଣରେ ରସୁଣ ଆଉ ପିଆଜର ବ୍ୟବହାର ରୋଷେଇ ଘରେ ସମ୍ପୂର୍ଣ ମନା ଅଟେ ।ଏହା ପଛରେ ଗୋଟିଏ ପୌରାଣିକ କଥା ମଧ୍ୟ ରହିଛି ।

 

ଯାହା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ସମୁଦ୍ରରେ ଅମୃତର କଳସ ବାହାରିଥିଲା,ଭଗବାନ ଵିଷ୍ଣୁ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ଅମୃତ ବାଣ୍ଟୁଥିଲେ,ସେହି ସମୟରେ ରାହୁ ଆଉ କେତୁ ନାମକ ଦୁଇ ରାକ୍ଷସ ଦେବତା ମାନଙ୍କ ଗହଣରେ ଆସି ବସିଗଲେ। ଏମିତି ରେ ଭୁଲରେ ଭଗବାନ ତାଙ୍କୁ ଅମୃତ ପିଆଇ ଦେଲେ। ଯେମିତି ତାଙ୍କୁ ଜଣାପଡିଲା ଭଗବାନ ସୁଦର୍ଶନ ଚକ୍ର ରେ ତାଙ୍କ ମୁଣ୍ଡ କୁ ଅଲଗା କରିଦେଲେ ।

 

ଏମିତି ରେ ତାଙ୍କ ଶରୀର ସିନା ଅଲଗା ହେଇଗଲା । ହେଲେ ତାଙ୍କ ମୁଣ୍ଡ ଅମର ହୋଇ ରହିଗଲା । ଏହା ମଧ୍ୟରେ କିଛି ରକ୍ତ ଆସି ତଳେ ପଡ଼ିଲା ଓ ପିଆଜ,ରସୁଣ ର ସୃଷ୍ଟି ହେଲା । ତେଣୁ ଏହାକୁ ଖାଇଲେ ପାଟିରୁ ଗନ୍ଧ ବାହାରେ । ଏଥିପାଇଁ କୁହାଯାଏ ପିଆଜ ଓ ରସୁଣ ରେ ରକ୍ଷାସର ବାସ ଥାଏ ଯଦିଓ ଏହାର ଅନେକ ଔଷଧୀୟ ଗୁଣ ଅଛି।ଏହିପାଇଁ ଏହା ଭୋଗରେ ଲାଗେନି।ଏହାକୁ ଅଧିକା ଖାଇଲେ ଈଶ୍ୱରୀୟ ଭବନା ମନରୁ ଦୁର ହେଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button