ସ୍ୱାସ୍ଥ୍ୟ

ଦୁଇଟି କିଡନୀ ଫେଲ୍ ପରେ ଅସୁସ୍ଥ ସତ୍ୟପାଲ ମଲ୍ଲିକ: ଫଟୋ ଛାଡି କହିଲେ, ମୋ ଦେହ ବହୁତ ଖରାପ… କଥା କହିବା ଅବସ୍ଥାରେ ନାହିଁ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ତେବେ ମେ ୧୧ ତାରିଖରୁ ସତ୍ୟପାଲ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ସେଠାରେ ଚିକିତ୍ସା ଚାଲିଛି । ହସ୍ପିଟାଲ ବେଡରେ ଶୋଇଥିବା ଅବସ୍ଥାର ଫଟୋ ଛାଡି ସତ୍ୟପାଲ ଲେଖିଛନ୍ତି-

ମୋର ଅନେକ ଶୁଭଚିନ୍ତକମାନେ ମତେ ଫୋନ୍ କରୁଛନ୍ତି ହେଲେ ମୁଁ ସେମାନଙ୍କ ଫୋନ୍ ଉଠାଇବାକୁ ଅସମର୍ଥ । ମେ ୧୧ ତାରିଖରୁ ମୁଁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଛି । ସଂକ୍ରମଣ କାରଣରୁ ହସ୍ପିଟାଲରେ ଥିବା ବେଳେ ତିନି ଦିନ ତଳେ କିଡନୀ ଡାଏଲିସିସ୍ ଚାଲିଛି…

ସତ୍ୟପାଲ ମଲ୍ଲିକଙ୍କ ପରିସ୍ରା ସଂକ୍ରମଣ ଜନିତ ଗମ୍ଭୀର ଜଟିଳତାରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସେ ନିଜେ ଫଟୋ ଛାଡି ନିଜ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇଛନ୍ତି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button