ଓଡିଶା

ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ତନାଘନା ଆରମ୍ଭ କରିଛି।

ରବିବାର ସରସ୍ୱତୀ ପୂଜା ସରିବା ପରେ ଗତକାଲି ବିସର୍ଜନ ଥିଲା। ବିସର୍ଜନ ପରେ ପିଲାମାନେ ବିଦ୍ୟାଳୟର ହଷ୍ଟେଲକୁ ଫେରିଥିଲେ। ସନ୍ଧ୍ୟାରେ ସମସ୍ତେ ରାତ୍ରିଭୋଜନ ମଧ୍ୟ ସାରିଥିଲେ। କିନ୍ତୁ ରାତିରେ ଦଶମ ଶ୍ରେଣୀର ଛାତ୍ର ରିଗନ ମାଡକାମୀ ରାତିରେ ଆତ୍ମହତ୍ୟା କରିଥିଲେ। ରିଗନ ମାଡ଼କାମୀର ଘର କୋରକୋଣ୍ଡା ବ୍ଲକର କାମବେଡ଼ା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସରସ୍ୱତୀ ପୂଜା ସରିବା ପରେ ଗତକାଲି ବିସର୍ଜନ ଥିଲା। ବିସର୍ଜନ ପରେ ପିଲାମାନେ ବିଦ୍ୟାଳୟର ହଷ୍ଟେଲକୁ ଫେରିଥିଲେ। ସନ୍ଧ୍ୟାରେ ସମସ୍ତେ ରାତ୍ରିଭୋଜନ ମଧ୍ୟ ସାରିଥିଲେ। କିନ୍ତୁ ରାତିରେ ଦଶମ ଶ୍ରେଣୀର ଛାତ୍ର ରିଗନ ମାଡକାମୀ ରାତିରେ ଆତ୍ମହତ୍ୟା କରିଥିଲେ।

ରିଗନ ମାଡ଼କାମୀର ଘର କୋରକୋଣ୍ଡା ବ୍ଲକର କାମବେଡ଼ା ଗ୍ରାମରେ। ଡିଡବ୍ଲୁଓ ଶ୍ରୀନିବାସ ଆଚାରି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଛାତ୍ର କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଏଯାଏ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ହିଁ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button