ଓଡିଶା

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

ଆଠଗଡ଼: କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି ।

ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ କଏଦ ହୋଇଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବାଘର ଗତିବିଧି ଉପରେ ନଜର ରଖାଯାଉଛି ବୋଲି ବନବିଭାଗ କହିଛି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଉପକଣ୍ଠରୁ ବଜ୍ରକାପ୍ତା ଉଦ୍ଧାର

ବନଖଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର ହିନ୍ଦୋଳ ପର୍ଯ୍ୟନ୍ତ ବାଘଟି ବୁଲୁଥିବାର ଦେଖିବାକୁ ମିଳୁଛି ।
ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବା କୁହାଯାଉଛି। ସେମାନେ ଏହି ଅଞ୍ଚଳର ବୁଲାବୁଲି କରୁଥିବା ଲୋକେ କହୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button