ବିଚାର

ଭଗବାନ ବିଷ୍ଣୁ ଏହି ଦିନ ଧାରଣ କରିଥିଲେ ମୋହିନୀ ରୂପ, ଏହି ଦିନ ପୂଜା କଲେ ମିଳେ ସମସ୍ତ ପାପରୁ ମୁକ୍ତି

ମୋହିନୀ ଏକାଦଶୀ : ଏକାଦଶୀ ବ୍ରତ ବହୁତ ମହତ୍ଵପୂର୍ଣ ହୋଇଥାଏ, ଏହି ବ୍ରତ ବିଷୟରେ ପୁରାଣରେ ମଧ୍ୟ ଦେଖିବାକୁ ମିଳିଥାଏ, ଏହି ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ, ମାନ୍ୟତା ଅଟେ ଯେ ଯେଉଁ ଭକ୍ତ ଏକାଦଶୀ ବ୍ରତ ଉପାସ କରିଥାଏ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ, କେବଳ ଏତିକି ନୁହଁ ସେହି ଲୋକ ଜୀବନରେ ଆସିଥିବା ସବୁ ପ୍ରକାର କଷ୍ଟ ଭଗବାନ ବିଷ୍ଣୁଙ୍କ କୃପାରେ ଦୂର ହୋଇଥାଏ । ଆଜି ଆମେ ଏହି ବିଷୟରେ କିଛି କହିବାକୁ ଯାଉଛୁ ।

ପାପ ଠାରୁ ମୁକ୍ତି :

ମୋହିନୀ ଏକାଦଶୀ ବ୍ରତ ବ୍ୟକ୍ତି ସବୁ ପାପ ଠାରୁ ମୁକ୍ତି ପ୍ରଦାନ କରିଥାଏ, ଅଜଣା ରେ ହୋଇଥିବା ପାପ ଠାରୁ ମୁକ୍ତି ମିଳିଥାଏ, ଏହି ବ୍ରତ ଦିନ ଦାନ ମହତ୍ଵ ମଧ୍ୟ ଅଟେ, ଭଗବାନ ବିଷ୍ଣୁଙ୍କ ପୂଜା କଲା ପରେ ଅସହାୟ ଲୋକଙ୍କୁ ଭୋଜନ କରେଇବା ଦ୍ଵାରା ଭଗବାନ ପ୍ରଶନ ହୁଅନ୍ତି ।

ମୋକ୍ଷ ପ୍ରାପ୍ତି :

ମୋହିନୀ ଏକାଦଶୀ ବ୍ରତ ବ୍ୟକ୍ତିକୁ ମୋକ୍ଷ ପ୍ରଦାନ କରିଥାଏ, ଏହି ବ୍ରତ ଦ୍ଵାରା ବ୍ୟକ୍ତି ମନ ଏବଂ ଜୀବନରେ ଗୋଟେ ପ୍ରକାର ସକାରାତ୍ମକତା ଊର୍ଜା ଅନୁଭବ କରନ୍ତି ଯାହା ତାଙ୍କୁ ନିରୋଗ ରଖିବାରେ ସାହାଜ୍ଯ କରିଥାଏ ଏବଂ ମାନସିକ ଚିନ୍ତା ଦୂର କରିଥାଏ ।

ମୋହିନୀ ଏକାଦଶୀ କଥା :

ପୌରାଣିକ ମାନ୍ୟତା ଅନୁଯାଇ ସମୁଦ୍ର ମନ୍ଥନ ଯେତେବେଳେ ହୋଇଥିଲା ତେବେ ଅମୃତ କଳଶ ପାଇଁ ଦେବତା ଏବଂ ରାକ୍ଷାଶ ମଧ୍ୟରେ ଯୁଧ ହୋଇଥିଲା, ବିବାଦ ସ୍ଥିତି ଉତପନ ହୋଇଥିଲା, ସେତେବେଳେ ଭଗବାନ ବିଷ୍ଣୁ ନିଜେ ଗୋଟେ ସୁନ୍ଦରୀ ରୂପ ଧାରଣ କଲେ, ଏହି ସୁନ୍ଦର ସ୍ତ୍ରୀକୁ ଦେଖି ଅସୁର ମୋହିତ ହୋଇଗଲେ ଏବଂ ଏହାର ଲାଭ ଉଠାଇ ଭଗବାନ ବିଷ୍ଣୁ ଅମୃତ କଳଶ ନେଇ ସବୁ ଅମୃତ ଦେବତାଙ୍କୁ ପିଆଇ ଦେଲେ । ଏହି ପ୍ରକାର ଦେବତା ଅମୃତ ପି ଅମର ହୋଇଗଲେ, ମାନ୍ୟତା ଅଟେ ଯେ ଯେଉଁ ଦିନ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ ସେ ଦିନ ବୈଶାଖ ମାସ ଶୁକ୍ଳ ଏକାଦଶୀ ତିଥି ଥିଲା, ସେଥିପାଇଁ ଏହି ଦିନକୁ ମୋହିନୀ ଏକାଦଶୀ ରୂପରେ ପାଳନ କରା ଯାଇଥାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କ ମୋହିନୀ ରୂପକୁ ପୂଜା କରା ଯାଇଥାଏ । ଏବେ ବି ଭାରତ ଏବଂ ଅନ୍ୟ ଜାଗାରେ ଲୋକ ଏକାଦଶୀ ବହୁତ ମାନନ୍ତି ତେବେ ପ୍ରତି ମାସରେ ଗୋଟେ ଏକାଦଶୀ ଆସିଥାଏ ଗୋଟେ ବର୍ଷରେ ୧୨ଟି ଏକାଦଶୀ ହୋଇଥାଏ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ସବୁ ଏକାଦଶୀ ସମାନ ରୂପରେ ପାଳନ କରିଥାଏ ଏବଂ ଭକ୍ତି ଭାବ ରେ ପୂଜା କରିଥାଏ ଭାବାନ ତାଙ୍କୁ ମୋକ୍ଷ ଦିଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button