କ୍ରୀଡା

।ଭିନେଶ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା: ଏସବୁ ପାର୍ଟିରୁ ମିଳିଲା ଖୋଲା ଅଫର

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ୍ ପୂର୍ବରୁ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଦୁଃଖିତ ଭିନେଶ ଫୋଗାଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ।

ଭାରତର ଏହି ତାରକା ମହିଳା କୁସ୍ତି କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି।

ବର୍ତ୍ତମାନ ଭିନେଶ ଫୋଗାଟଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଭିନେଶ ହରିୟାଣାର ବାସିନ୍ଦା। ଆସନ୍ତା ୧-୨ ମାସ ମଧ୍ୟରେ ହରିୟାଣାରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ଭିନେଶଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ଖୋଲା ଅଫର ପ୍ରଦାନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବାକୁ ଭିନେଶଙ୍କୁ ନେଇ ରାଜନ‌ୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

ରାଜନୀତିରେ ପ୍ରବେଶ କରିବାକୁ ହରିୟାଣା କ୍ରୀଡା ମନ୍ତ୍ରୀ ସଞ୍ଜୟ ସିଂ ଭିନେଶଙ୍କୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି ଯଦି ଭିନେଶ ଚାହାନ୍ତି ତେବେ ବିଜେପି ତାଙ୍କ ପାଇଁ ଟିକେଟ୍‌କୁ ନେଇ ବିଚାର କରିବ। ଭିନେଶଙ୍କ ସହ କ’ଣ ଘଟିଲା ସେ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ।

ସେ କ୍ରୀଡା ଜାରି ରଖିବାକୁ କିମ୍ବା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ଭିନେଶ ରାଜନୀତିକୁ ଆସନ୍ତି ତେବେ ବିଜେପି ତାଙ୍କୁ ଟିକେଟ ଦେବା ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବ। ଦଳ ତାଙ୍କୁ ସ୍ୱାଗତ କରିବ। କିନ୍ତୁ କ୍ରୀଡା ମନ୍ତ୍ରୀ ଭାବରେ ମୁଁ ଚାହୁଛି ଯେ ବିନେଶ ବର୍ତ୍ତମାନ ଖେଳିବା ଉଚିତ, ତାଙ୍କ ଖେଳ କ୍ୟାରିୟର ବାକି ଅଛି। ବିନେଶ ଫୋଗାଟ ହେଉଛି ରାଜ୍ୟ ତଥା ଦେଶର ଗର୍ବ।

କ୍ରୀଡ଼ା ମନ୍ତ୍ରୀ ସଞ୍ଜୟ ସିଂଙ୍କ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ମଧ୍ୟ ଭିନେଶଙ୍କୁ ରାଜ୍ୟସଭାକୁ ପଠାଇବା ବିଷୟରେ କହିଥିଲେ। ଭୁପେନ୍ଦ୍ର ସିଂ କହିଥିଲେ ଯଦି ଦଳର ପର୍ଯ୍ୟାପ୍ତ ସଂଖ୍ୟକ ବିଧାୟକ ଥାଆ;ନ୍ତି ତେବେ ସେ ଭିନେଶଙ୍କୁ ରାଜ୍ୟସଭାକୁ ପଠାଇଥାନ୍ତେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button