ସ୍ୱାସ୍ଥ୍ୟ

ଫୁସଫୁସକୁ କାହିଁକି ସଂକ୍ରମଣ କରୁଛି କୋଭିଡ- Dr. B.K. Patel

କରୋନା ବର୍ତମାନ ସମୟରେ ବହୁତ ମାତ୍ରାରେ ବଢି ବଢି ଯାଉଛି । ଅତିତରେ ଅନେକ ପ୍ରକାର ମହା ମାରି ଆମ ଆଗକୁ ଆସିଛି ଓ ଯାଇଛି । ସବୁବେ;ଲେ ବୈଜ୍ଞାନିକ ମାନେ ତାଙ୍କର ଅତ୍ୟନ୍ତ ଚେଷ୍ଟା ଓ ଆମ ମାନଙ୍କ ଦୃଢ ମନ ବଳ ପାଇଁ ଆମେ ସବୁ ପ୍ରକାର ମହାମାରୀ ଠାରୁ ଲଢି ଆସିଛେ ।

କିନ୍ତୁ ବର୍ତମାନ କରୋନା ମହାମାରୀ ଭୟଙ୍କର ତାଣ୍ଡବ ଲୀଳାକୁ ଦେଖି ମନରେ ଏହି ପ୍ରଶ୍ନ ଆସେ ଯେ ଆମେ କରୋନା ସାମ୍ନାରେ ହାରିଯିବା ନି ତ ? କିନ୍ତୁ ଆମେ ନିଜର ଦୃଢ ମାନବଲ ଆଉ କରୋନା ସବୁ ନିୟମ ମାନି ନିଜକୁ ରକ୍ଷା କରି ପାରିବା । ତେବେ ପ୍ରଥମେ ଆମକୁ କରୋନା ଲକ୍ଷଣକୁ ବୁଝିବାକୁ ପଡିବ ଯେପରିକି ପ୍ରଥମ ସ୍ତରରେ କରୋନା ଆମ ଶରୀର କେଉଁ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ତା ବିଷୟରେ ଆଜି ଆମେ ଜାଣିବା ।

ଅଧିକାଂଶ କ୍ଷେତ୍ରରେ ଏହା ଦେଖା ଯାଏ ଯେ କରୋନା ଆମ ଫୁସଫୁସ କୁ ସଂକ୍ରମିତ କରିଥାଏ, ତେବେ ଏହି ସ୍ତରରେ ଶୁଖିଲା କାସ ହବା, ସାଧାରଣ ଥଣ୍ଡା ଜର ହବା, ନିଶ୍ଵାସ ନବାରେ ଅସୁବିଧା ହବା, ମୁଣ୍ଡ ବିନ୍ଧା ହବା ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ । ଏହି ସବୁ ଲକ୍ଷଣ ଥିବା ଅର୍ଥ ଆମ ଶରୀର କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହବାର ଆଶଙ୍କା ରହିଥାଏ, ତେବେ ଏହି ଲକ୍ଷଣ ଥିଲେ ବିଳମ୍ବ ନକରି ଡକ୍ଟର ମାନଙ୍କ ପରାମର୍ଶ ଆଉ କରୋନା ପ୍ରଶିକ୍ଷଣ କରିବା ଆବଶ୍ୟକ ଅଟେ । କରୋନା ପରେ ନିମୋନିଆ ଭଳି ଲକ୍ଷଣ ଦେଖା ଗଲେ ଏହାର ପରୀକ୍ଷା ପାଇଁ ବିଭିନ ପ୍ରକାରର ପଦ୍ଧତି ରହିଛି ।

ତେବେ ଏହି ପରୀକ୍ଷା କରିବା ପାଇଁ ରେପୀଡ ଆଣ୍ଟିଜେନ ପରୀକ୍ଷା କରିବାକୁ ପଡିଥାଏ । ଏହି ପରୀକ୍ଷାରେ ୫୦% କ୍ଷେତ୍ରରେ ପଜେଟିବ ରିପୋର୍ଟ ଆସିଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଦେଖା ଯାଏ ଯେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟ ନେଗେଟିବ ରିପୋର୍ଟ ଆସିଥାଏ । ତେବେ ଏହି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ କରିବାକୁ ପଡିଥାଏ, ତଥାପି ବେଳେ ବେଳେ ଏଥିରେ ମଧ୍ୟ ପଜେଟିବ ଥାଇ ବି ନେଗେଟିବ ରିପୋର୍ଟ ଆସିଥାଏ ।

ଯଦି ଉପରକ୍ତ ଦୁଇଟି ପରୀକ୍ଷା ପଦ୍ଧତି ରେ ନେଗେଟିବ ରିପୋର୍ଟ ଆସିକି ମଧ୍ୟ ଆମ ଶରୀରରେ କରୋନା ଲକ୍ଷଣ ଦେଖା ଯାଇଥାଏ ତେବେ ଆମକୁ ଅନ୍ତିମ ପରୀକ୍ଷା ସିଟି ସ୍କାନ କରିବାକୁ ପଡିଥାଏ । କିନ୍ତୁ ବୈଜ୍ଞାନିଇକ ମାନଙ୍କ କହିବା ଅନୁଯାଇ ସିଟି ସ୍କାନ ଭବିସାତ୍ରେ ଶରୀରକୁ ଖ୍ଯାତି ପହଞ୍ଚାଇ ପାରେ ଏହାର ଅତ୍ୟଧିକ ରଶ୍ମୀ ଶରୀରକୁ ପ୍ରବେଶ କରିବା ଦ୍ଵାରା ଏହା ଆମକୁ ଭବିସାତ୍ରେ କ୍ୟାନ୍ସର ଭଳି ଭୟଙ୍କର ରୋଗ ଶିକାର କରିଥାଏ । ତେବେ ଯଦି ଆମେ କରୋନାରେ ସଂକ୍ରମିତ ହେଉଛନ୍ତି ଡକ୍ଟର ପରାମର୍ଶ କ୍ରମେ ୧୪ ଦିନ ଘରେ ହୋମ ଆଇସୋଲେସନରେ ରହିବା ।

ଓ ଡକ୍ଟର ଦ୍ଵାରା ଦିଆ ଯାଇଥିବା ଔଷଧ ସେବନ କରି ଆମେ ସୁସ୍ତ ହୋଇ ପାରିବା କିନ୍ତୁ ଗୁରୁତର କ୍ଷେତ୍ରରେ ଆମକୁ ଡକ୍ଟର ଖାନାନରେ ଭର୍ତି ହବାକୁ ପଡି ପାରେ । ତେବେ ଏହି ସମୟରେ ଆମେ ଆମ ଫୁସ ଫୁସକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ପାଇଁ ନିୟମିତ ଶ୍ଵାସ ସମ୍ବନ୍ଧୀୟ ବ୍ୟାୟାମ କରିବା ପୋଷ୍ଟିକର ଖାଦ୍ୟ ଖାଇବା ଭିଟାମିନ ସି ଜିଙ୍କ ଓ ବି କମ୍ପ୍ଲେକ୍ସ ଗ୍ରହଣ କରିବା । ଉପରୁକ୍ତ ପଦ୍ଧତିକୁ ଅବଲମ୍ବନ କଲେ ଆମେ ବହୁତ ମାତ୍ରାରେ କରୋନା ସଙ୍କରମନରୁ ବଞ୍ଚିପାରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button