ଓଡିଶା

ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ନାବାଳିକାର ଜୀବନ, ଭାଇ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ବଡରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲ ଯିବା ପାଇଁ ଭରୁଥିବା ବେଳେ ଭାଙ୍ଗିପଡ଼ିଲା ମାଟି କାନ୍ଥ । ଯେଉଁଥିରେ ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ବେଳେ ଭାଇକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାଇ ଗ୍ରାମର ନିରାକାର ସାହୁଙ୍କ ଝିଅ ସ୍ନେହଲତା ନିକଟସ୍ଥ ସ୍କୁଲରେ ୨ୟ ଶ୍ରେଣୀରେ ପଢେ । ସ୍ନେହଲତାର ବାପା ମୃତ୍ୟୁବରଣ ପରେ ଅଜା ଘରେ ରହୁଥିଲା । ଆଜି ବାର୍ଷିକ ପରୀକ୍ଷା ଦେବାକୁ ଯିବା ପାଇଁ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ଭୁଶୁଡି ପଡ଼ିଥିଲା । ଚାଳଘର ଛପର ହେଉଥିବାରୁ ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ । ପରିବାର ଲୋକ ଏହା ଦେଖି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୮ ବର୍ଷର ଝିଅ ସ୍ନେହଲତା ସାହୁକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ପୁଅର ଚିକିତ୍ସା ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button