କ୍ରାଇମ

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ: ବାପା ଫେରାର, ମାର ମୃତଦେହକୁ ଜଗିଛନ୍ତି ୩ ଛୁଆ

ଦେବଗଡ଼: ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ । ମାଆର ମୃତଦେହ ପାଖରେ ୩ ସନ୍ତାନଙ୍କୁ ଛାଡ଼ି ଅଭିଯୁକ୍ତ ସ୍ବାମୀ ଫେରାର । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଝରାଡିହ ଗାଁରେ ଘଟିଛି ଘଟଣା । ଗତକାଲି ରାତିରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଛତାବର ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ ସ୍ବାମୀ । ସ୍ତ୍ରୀର ମୃତ୍ୟୁ ଖବର ପାଇ ଡାକ୍ତରଖାନାରେ ତିନି ସନ୍ତାନଙ୍କୁ ଛାଡ଼ି ଫେରାର ହୋଇଯାଇଥିଲା ଅଭିଯୁକ୍ତ ସ୍ବାମୀ ।

ଗତକାଲି ରାତିସାରା ମହିଳାଙ୍କ ମୃତଦେହ ଡାକ୍ତରଖାନା ବାରଣ୍ଡାରେ ପଡିରହିଥିବା ବେଳେ ତିନି ସନ୍ତାନ ମାଆର ମୃତଦେହକୁ ଜଗି ବସିଥିଲେ । ମୃତ ମହିଳା ଅରଖପାଳ ଗାଁର ଚଞ୍ଚଳା ପ୍ରଧାନ । ୮ ବର୍ଷ ପୂର୍ବେ ଝରାଡିହ ଗାଁର ବିଭୂତି ଭୂଷଣ ପ୍ରଧାନଙ୍କ ସହ ପ୍ରେମ ବିବାହ କରିଥିଲେ । ବିଭୁତିଙ୍କ ତିନୋଟି ପୁତ୍ର ସନ୍ତାନ ଅଛି । ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗିରହୁଥିଲା । ଗତକାଲି ସନ୍ଧ୍ୟା କୌଣସି କାରଣକୁ ନେଇ ସ୍ତ୍ରୀ ଚଞ୍ଚଳାକୁ ନିସ୍ତୁକ ମାଡ ମାରିଥିଲେ ଅଭିଯୁକ୍ତ ।  ଖବର ପାଇ ଚଞ୍ଚଳାଙ୍କ ବାପା ନିକଟସ୍ଥ ଅରଖପାଳ ଗ୍ରାମରୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେ ଚଞ୍ଚଳାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚଞ୍ଚଳାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମୃତକଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାରେ ଅଭିଯୁକ୍ତ ସ୍ବାମୀ ବିଭୂତି ଓ ତାଙ୍କ ପରିବାର ଫେରାର ହୋଇଯାଇଛନ୍ତି । କୁଣ୍ଢେଇଗୋଳା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button