ଓଡିଶା

ଆଦିବାସୀ ସଙ୍ଗୀତରେ ନାଚିଲେ ଗଜପତି ଜିଲ୍ଲାପାଳ, ଏଡିଏମ୍

ପାରଳାଖେମୁଣ୍ଡି: ଅବସର ବି ଥିଲା। ଆଉ ମନରେ ଆଗ୍ରହ‌ ବି ଭରି ରହିଥିଲା। ଯେତେବେଳେ ମଞ୍ଚ ଉପରେ ଏକ ସାଂସ୍କୃତିକ ଦଳ ଆଦିବାସୀ ଗୀତ ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥିଲା ସେତେବେଳେ ଆଉ ଅଟକିବାକୁ ଚାହିଁ ନଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଗଜପତି ଉତ୍ସଵ ମଞ୍ଚ ଉପରକୁ ଆସି ଆଦିବାସୀ ସଙ୍ଗୀତରେ ବେଶ୍ କିଛି ସମୟ ନାଚିଥିଲେ ସେ। ତାଙ୍କୁ ସାଥ୍ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା। ଆଉ ଏହି ନୃତ୍ୟ ସଙ୍ଗୀତର ଉଲ୍ଲାସ ଭରା ପରିବେଶରେ ଦେଖଣାହାରୀ ମଧ୍ୟ ବେଶ୍ ଆମୋଦିତ ହୋଇଥିଲେ।

ଗଜପତି ଉତ୍ସଵର ତୃତୀୟ ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳଥିଲ। ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ଉଠାଉଥିଲେ ଦର୍ଶକ। ଶେଷ ଆଡ଼କୁ ଜିଲ୍ଲାପାଳ, ଏଡିଏମ୍ ଉଭୟେ ମଞ୍ଚ ଉପରକୁ ଆସି ଲୋକମାନଙ୍କ ଉତ୍ସାହ ବଢାଇଥିଲେ। ଜିଲ୍ଲାପାଳଙ୍କ ନାଚ ଦେଖି ଉପସ୍ଥିତ ଲୋକ ମନ୍ତ୍ରମୁଗ୍ଧ ହୋଇଥିଲେ। କରତାଳି ମାଧ୍ୟମରେ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନଥିଲେ। କରୋନା କଟକଣା ପରେ ଆୟୋଜିତ ଗଜପତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଏଥିସହ ସ୍ଥାନୀୟ କଳାକାର ଓ ଲୋକନୃତ୍ୟକୁ ପ୍ରୋତ୍ସାହନ ସ୍ବରୂପ ସେମାନଙ୍କୁ ନିଜ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ମଞ୍ଚରେ ସୁଯୋଗ ମଧ୍ୟ ଦିଆଯାଉଛି। ସେହି କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଖୋଦ୍ ଜିଲ୍ଲାପାଳ ମଞ୍ଚକୁ ଓହ୍ଲାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button