ସ୍ୱାସ୍ଥ୍ୟ

ବଦହଜମି ଓ ଗ୍ଯାସ ପାଇଁ ନିମ୍ବୁ ମସାଲା

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ପେଟ ଆମ ଶରୀର କେନ୍ଦ୍ର ହୋଇଥାଏ ପେଟ ଭଲ ରହିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ପେଟ ଖରାପ ରହିଲେ ସ୍ୱାସ୍ଥ୍ୟ ବହୁତ ପ୍ରକାର ଖରାପ ହୋଇଥାଏ ତେବେ ଜୀବନରେ କେବେ କାହାକୁ ଅତ୍ୟଧିକ ତେଲ, ମସଲା ଜିନିଷ ସେବନ କରିବା ଉଚିତ ନୁହ ।

କାହିଁକିନା ଏହା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ଖରାପ ହୋଇଥାଏ ଓ ଆପଣଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଲେମ୍ବୁ ମସଲା ବିଷୟରେ କହିବାକୁ ଯାଉଛୁ ଯାହା ସେବନ ପରେ ଆପଣଙ୍କ ପେଟ ପୁରା ସଫା ହୋଇଥାଏ ।

Image Courtesy: Google

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଲେମ୍ବୁ ଆମ ସ୍ୱାସ୍ଥ୍ୟ ପାଇଁ ଆମ ଚେହେରା ପାଇଁ କେତେ ଲାଭକାରୀ ହୋଇଥାଏ ତେବେ ଲେମ୍ବୁ ଏମିତି ଗୋଟେ ଖାଦ୍ଯ ପଦାର୍ଥ ଯାହା ଖାଇବା ପ୍ରାୟତଃ ଲୋକ ପସନ୍ଦ କରନ୍ତି । ଲେମ୍ବୁ ରସ ଏସିଡ ଯୁକ୍ତ ହୋଇଥାଏ ଯାହା ପେଟରେ ଥିବା ସବୁ ପ୍ରକାର ହାନିକାର୍କ ଜୀବାଣୁକୁ ମାରିଥାଏ ଓ ଆପଣଙ୍କୁ ଆରାମ ଦେଇଥାଏ ଆପଣ ବହୁତ ଥର ଲେମ୍ବୁ ପାଣି ଓ ଅନ୍ୟ ଉପାୟ ବିଷୟରେ ଶୁଣିବାକୁ ପାଇଥିବେ

Image Courtesy: Google

କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ବହୁତ କମ ଲୋକ ଜାଣିଛନ୍ତି କିନ୍ତୁ ଯିଏ ଜାଣିଛନ୍ତି ସେ ମାନନ୍ତି କାହିଁକିନା ଏହା ବହୁତ ଲାଭକାରୀ ଅଟେ । ପ୍ରଥମେ ଗୋଟେ ଲେମ୍ବୁ ନିଅନ୍ତୁ ଏହାକୁ ଧ୍ୟାନ ଦେଇ କାଟନ୍ତୁ ଏହା ପରେ ଜୀରା ଗୁଣ ଟିକେ ଲେମ୍ବୁ ଫାଳ ଉପରେ ରଖନ୍ତୁ ଏହା ପରେ ଜୁଆଣୀ ଗୁଣ୍ଡ ଟିକେ ତା ପରେ କଳା ଲୁଣ ଦେଇ ଆର ଫାଳ ଦ୍ଵାରା ଲେମ୍ବୁ ବନ୍ଦ କରନ୍ତୁ ଏବେ କୌଣସି ପ୍ୟାନ ବା କୌଣସି ଜାଗାରେ ଏହି ଲେମ୍ବୁକୁ ସିଧା ରଖୀ ଗରମ କରନ୍ତି କୌଣସି ପାଣି ବା ତେଲ ଆବଶ୍ୟକ ନାହିଁ ।

Image Courtesy: Google

ସେମିତି କେବଳ ଲେମ୍ବୁ ଗରମ କରନ୍ତୁ ଯେତେବେଳେ ଲେମ୍ବୁ ସିଜି ଯିବ ତା ପରେ ଏହାକୁ ଥଣ୍ଡା କରନ୍ତୁ ଓ ଥଣ୍ଡା ହେଲା ପରେ ଏହି ଲେମ୍ବୁ ରସ ଓ ସେହି ପାଚିଲା ମସଲାକୁ ଗୋଟେ ଚାମଚ ନେଇ ପ୍ରତିଦିନ ସେବନ କରନ୍ତୁ ଦେଖିବେ ଏହା ରାମବାଣ ଚିକିତ୍ସା ପରି କାମ ଦବ ଆପଣଙ୍କ ସବୁ ପେଟ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଗ୍ଯାସ ବା ହଜମ ନ ହବା ସମସ୍ଯା ହବ ନାହିଁ, ତେବେ ଏହି ଉପାୟକୁ ଗୋଟେ ସପ୍ତାହ କରି ଦେଖନ୍ତୁ ଏହା ପରେ ଆପଣଙ୍କୁ ଏହାର ଲାଭ ଜଣା ପଡିବ ଓ ଆପଣ ମଧ୍ୟ ମାନିବେ ଏହି ଉପାୟକୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button