କ୍ରୀଡା

ସିଲି ପଏଣ୍ଟ୍‌: ଭାରତ ପାଇଁ ତିରୁପତି ମନ୍ଦିରରେ ପ୍ରାର୍ଥନା କଲେ ଗମ୍ଭୀର – Utkal Mail


୨୦୧୧ ବିଶ୍ବକପ୍‌ ସଂସ୍କରଣର ବିଜେତା ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟ ତଥା ସାଂସଦ ଗୌତମ ଗମ୍ଭୀର ଗୁରୁବାର ତିରୁମାଳାସ୍ଥିତ ବାଲାଜୀ ମନ୍ଦିର ପରିଦର୍ଶନ କରିଛନ୍ତି। ପରିବାର ସହ ସକାଳେ ମନ୍ଦିରକୁ ଯିବା ସହ ଶ୍ରୀଭରି ପ୍ରସାଦମ୍‌କୁ ଗ୍ରହଣ କରିଥିଲେ। ଏଥିସହିତ ଆସନ୍ତା ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ଦଳର ସଫଳତା ପାଇଁ ପ୍ରଭୂ ବାଲାଜୀଙ୍କ ପାଖରେ ପ୍ରାର୍ଥନା କରିଥିଲେ। ୧୪୦ କୋଟି ଜନତା ଏକାଠି ପ୍ରାର୍ଥନା କଲେ ଭାରତୀୟ ଦଳ ନିଶ୍ଚୟ ଟ୍ରଫି ଜିତିପାରିବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଗମ୍ଭୀର ମହତ୍ବପୂର୍ଣ୍ଣ ୯୭ ରନ୍‌ର ପାଳି ଖେଳି ଦଳର ବିଜୟକୁ ସହଜ କରିପାରିଥିଲେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଭାବେ ସେ ବିରଳ ସଫଳତା ମଧ୍ୟ ରଖିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button