ଜୀବନଶୈଳୀ

ଗରମ ଦିନରେ ଯଦି ଆପଣ ମଧ୍ୟ ବାରମ୍ବାର ହେଇ ଯାଉଛନ୍ତି ହାଲିଆ, ତେବେ ଇନଷ୍ଟାନ୍ଟ ଏନର୍ଜି ପାଇଁ ସେବନ କରନ୍ତୁ ଏହି ଜିନିଷ

ଗରମ ଦିନ ଆସି ଗଲାଣି ଏବଂ ଅତ୍ୟଧିକ ଗରମ ଦ୍ଵାରା ମଣିଷ ବହୁତ ସମସ୍ଯା ସାମ୍ନା କରିଥାଏ, ବହୁତ ଲୋକଙ୍କୁ ଗରମ ଦିନ ପସନ୍ଦ ଥାଏ କାହିଁକିନା ଏହି ସମୟରେ ଆମ୍ବ ଏବଂ ତରବୁଜ ଭଳି ଫଳ ଖାଇବାକୁ ମିଳିଥାଏ । ତେବେ ଗରମ ଗୋଟେ ସୀମା ପର୍ଯ୍ୟନ୍ତ ମଣିଷ ସମ୍ଭାଳି ପାରିବ ଏହା ପରେ ମଣିଷକୁ ମଧ୍ୟ ଏହାକୁ ସମ୍ଭାଳିବାରେ ଅସୁବିଧା ହୋଇଥାଏ । ଗରମ ଦିନ ପାଇଁ ସବୁଠାରୁ ଭଲ ଏବଂ ଉଚିତ ଉପାୟ ପାଣି ଅଟେ ଆପଣ ସବୁବ ଏଲେ ପାଣି ପିଅନ୍ତୁ ଏହା ଦ୍ଵାରା ଆପଣଙ୍କୁ ଶକ୍ତି ମିଳିଥାଏ ତେବେ ଖାଲି ପାଣି ପିଅନ୍ତୁ ନାହିଁ, ଲେମ୍ବୁ ରସ ବା ଅନ୍ୟ ରସ ଗୋଳେଇ ଏହାର ସେବନ କରିବା ଉଚିତ ଅଟେ ।

ଅଧିକାଂଶ ଅଧିକ ଗରମ କାରଣରୁ ଶରୀରରୁ ପାଣିର ମାତ୍ରା କମିଯାଏ । କେବେ କେବେ ଶରୀରରେ ପାଣି ହେବା କାରଣରୁ ବ୍ୟକ୍ତି ର ମୃତ୍ୟୁ ମଧ୍ୟ ହୋଇଥାଏ । ଏଥିପାଇଁ ଗରମରେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ହୋଇଥାଏ । ଏହି ମୌସମ ରେ ସବୁବେଳେ ଏମିତି ଖାଦ୍ୟ ଖାଇବା ଉଚିତ ଯେଉଁଥିରେ ଭରପୁର ମାତ୍ରାରେ ପାଣି ରହିଥିବ । ଆସନ୍ତୁ ଜାଣିବା ଗରମ ଦିନରେ କଣ ପିଇବା ଉଚିତ ଏବଂ କେମିତି କେଉଁ ରସ ପିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।

ଗରମ ଦିନରେ କରନ୍ତୁ ଏସବୁ ସେବନ

ନଡ଼ିଆ ପାଣି ଆମ ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାକୁ ସେବନ କଲେ ଡିହାଇଡ୍ରେସନ୍, ବ୍ଲଡ ପ୍ରେସର, ଡାଇବେଟିସ ଓ ମୋଟାପଣ ପରି ସମସ୍ୟା କଣ୍ଟ୍ରୋଲ ରେ ରହିଥାଏ । ଲେମ୍ବୁପାଣି ମଧ୍ୟ ଆମ ଶରୀରକୁ ଆର୍ଦ୍ରତା ପ୍ରଦାନ କରିଥାଏ । ଏଥିରେ ଭରପୁର ମାତ୍ରାରେ ପୋଷାକ ତତ୍ତ୍ଵ ରହିଥିବାରୁ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

ଲେମ୍ବୁ ରେ ଭରପୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ଯାହା ଶରୀରର ଇମ୍ୟୁନିଟି ପାୱାରକୁ ଷ୍ଟ୍ରଙ୍ଗ ରଖିଥାଏ । ଗରମ ମୌସମ ରେ ଦିନକୁ ତିନି ରୁ ଚାରି ଥର ଗ୍ରୀନ ଟି ର ସେବନ କରନ୍ତୁ । ଏଥିରେ ଭରପୁର ମାତ୍ରାରେ କୈଟେଚିନ ରହିଥାଏ ଯାହା ରୋଗ ସହ ଲଢ଼ୁଥିବା ଆଣ୍ଟିଅକ୍ସିଦେଣ୍ଟ ଅଟେ । ଏହି ତତ୍ତ୍ଵ ଚିନ୍ତା ଓ ଅସ୍ଥିରତାକୁ କମ କରିବା କାମ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିଲୁ କେମିତି ଗରମ ଦିନରେ ଆପଣ ଗରମ ଦ୍ଵାରା ବଞ୍ଚି ପାରିବେ ଏହାକୁ ବ୍ୟବହାର କରନ୍ତୁ ଏବଂ ପରିବାର ସହ ସ୍ୱାସ୍ଥ୍ୟ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button