କରୋନା : ବାବା ରାମଦେବଙ୍କ ଏହି ଆୟୁର୍ବେଦିକ ଉପାୟ ଦ୍ଵାରା କରୋନା ରହିବ ଆପଣଙ୍କଠାରୁ ଦୂରେଇ

ଯେତେବେଳେ ରାମଦେବ ବାବାଙ୍କୁ ଏହା ପଚରା ଗଲା ଆୟୁର୍ବେଦ ଦ୍ଵାରା କରୋନା ଚିକିତ୍ସା ହୋଇ ପାରିବ କି ? ସେତେବେଳେ ବାବା ଉତ୍ତର ଦେଇଥିଲେ ଅବଶ୍ୟ, ଗିଲୋୟ ଓ ତୁଳସୀ ଦ୍ଵାରା ଶରୀରରେ ରୋଗ ପ୍ରତରୋଧକ କ୍ଷମତା ବଢିଥାଏ ଯାହା ମଣିଷକୁ କରୋନା ହବାରୁ ବଞ୍ଚାଇଥାଏ । ଯୋଗ ଗୁରୁ ରାମଦେବ ବାବାଙ୍କ କହିବା ଅନୁଯାଇ ଆୟୁର୍ବେଦ ରେ କରୋନା ଉପଚାର ଅଛି, ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଠାରୁ ଡରିବା ଆବଶ୍ୟକ ନାହିଁ ସତର୍କ ହୋଇ ରହିବା ନିହାତି ଦରକାର ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ସାନିଟାଇଜର ମଧ୍ୟ କମ ହୋଇ ଗଲେଣି, ଏହା ସହ ସାନିଟାଇଜର ଦୁଇ ଗୁଣ ଅଧିକ ଦାମ ରେ ବିକା ଯାଉଛନ୍ତି, ଯୋଗ ଗୁରୁ ବାବା ରାମଦେବ ଓ ଆୟୁର୍ବେଦାଚାର୍ଜ୍ୟ ବାଲକୃଷ୍ଣ ଏହାର ଅଚୁକ ବିକଳ୍ପ ମଧ୍ୟ କହିଛନ୍ତି ।

ରାମଦେବ ବାବା କହିଛନ୍ତି ଯେ ଗୋଟେ ଲିଟର ପାଣିରେ ୧୦୦ଗ୍ରାମ ନିମ୍ବ ପତ୍ର ଓ ତୁଳସୀ ର ୧୦ଟି ପତ୍ର ପକେଇ ପାଣି ଫୁଟେଇ ଦିଅନ୍ତୁ, ଭଲଭାବରେ ଫୁଟେଇଲା ପରେ ଏହାକୁ ଥଣ୍ଡା କରି ନିଅନ୍ତୁ ଓ ଛାଣି ନିଅନ୍ତୁ । ଗୋଟେ ବୋତଲରେ ୧୦ ଗ୍ରାମ ଫିଟିକରି ଓ ୧୦ ଗ୍ରାମ କର୍ପୁର ବାଟି ମିଶେଇ ନିଅନ୍ତୁ । ଏହି ସବୁ ଜିନିଷ କୁ ଛାଣି ଭଲ ଭାବରେ ଗୋଟେ ବୋତଲ ରେ ରଖି ନିଅନ୍ତୁ, ଏହି ଭଳି ଏହା ପ୍ରାକୃତିକ ସାନିଟାଇଜର ରେଡି ହୋଇଗଲା ।

ଯୋଗ ଗୁରୁ ବାବା ରାମଦେବ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରାକୃତିକ ସାନିଟାଇଜର ଦୋକାନରେ ମିଳୁଥିବା ସାନିଟାଇଜର ଠାରୁ କେତେ ଗୁଣ ଭଲ ଅଟେ । ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ଗିଲୋୟ, ତୁଳସୀ, ନିମ୍ବ, ଅଦା ଓ ଲେମ୍ବୁ ରସ ଏକା ସହ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢେଇଥାଏ, ଗିଲୋୟ ଏବଂ ତୁଳସୀ ପ୍ରତି ଦିନ ଦୁଇ ଦୁଇ ମାତ୍ରା ରେ ସକାଳେ ସନ୍ଧ୍ୟାରେ ସେବନ କରନ୍ତୁ ଏହା ଆପଣଙ୍କୁ ଏହି ଭଳି ଭୟଙ୍କର ରୋଗ ଠାରୁ ବଞ୍ଚେଇ ରଖିବାରେ ସାହାଯ୍ୟ କରିବ ।

ଏହା ସହ ଆଚାର୍ଯ୍ୟ କହିଛନ୍ତି ଯେ କରୋନା ପାଇଁ ଲୋକଙ୍କୁ ଜାଗରୁକ ହବା ଆବଶ୍ୟକ ଅଟେ । ରାମଦେବ ବାବା ବିଷୟରେ ସମସ୍ତେ ଜାଣିଛନ୍ତି ତେବେ ତାଙ୍କ ଅନୁଯାଇ ଏହି ପ୍ରାକୃତିକ ଜିନିଷ ଏହି ଭୟଙ୍କର ରୋଗ କରୋନା ଠାରୁ ବଞ୍ଚେଇବାରେ ବହୁତ ସାହାଯ୍ୟ କରିଥାଏ ।