ଜୀବନଶୈଳୀ

ଚାଣକ୍ୟଙ୍କ ମତରେ ଧନବାନ ବ୍ୟକ୍ତିଙ୍କୁ ଭିକାରୀ କରି ଦେଇପାରେ ଏହି ଅଭ୍ୟାସ। ତୁରନ୍ତ ଏହାର ସମାଧାନ କରନ୍ତୁ

ଆଜି କାଲିର ବ୍ୟସ୍ତଭରା ଜୀବନରେ ଅନେକ ଲୋକ ଧନବାନ ହେବାକୁ ଚାହିଁ ଥାଆନ୍ତି। କିଛି ଲୋକେ ନିଜ ସ୍ଵପ୍ନରେ ଧନୀ ହେବାକୁ ଇଛା ରଖିଥାନ୍ତି। କିନ୍ତୁ ଆଜିକାଲି ସମସ୍ତଙ୍କ ମନରେ ଧନୀ ହେବାର ଇଛା ସୃଷ୍ଟି ହେଲାଣି, ଏଥିପାଇଁ ସମସ୍ତେ କଠିନ କରିଶ୍ରମ କରିବା ସହିତ ନିଜ ବୁଦ୍ଧି ମଧ୍ୟ ବ୍ୟବହାର କରୁଛନ୍ତି। ଆଉକିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ନିଜ ଭାଗ୍ୟ ବଳରେ ଧନବାନ ହୋଇ ଯାଇଥାନ୍ତି। ଆଜିର ଦୁନିଆରେ ଧନୀ ହେବା କୌଣସି ବଡ଼ କଥା ନୁହେଁ, କିନ୍ତୁ ଧନ ଆପଣ କିପରି ସଞ୍ଚୟ କରୁଛନ୍ତି ତାହା ବଡ଼ କଥା।

ଆଶ୍ଚର୍ଯ୍ୟର କଥା ଏହିକି ଯେ କୌଣସି ବ୍ୟକ୍ତିକୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ସହିତ ଅପେକ୍ଷା କରିବା ପାଇଁ ପଡ଼ିବ। ଏହାସହିତ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ।ଆପଣ ନିଜର ବୁଦ୍ଧି ଓ ଭାଗ୍ୟ ବଳରେ ଖୁବ୍ ଶୀଘ୍ର ଧନବାନ ହେବା ସହିତ ଭିକାରୀ ମଧ୍ୟ ହୋଇ ଯାଆନ୍ତି। କହିବାକୁ ଗଲେ କିଛି ଖରାପ ଅଭ୍ୟାସ ଆପଣଙ୍କର ପତନ ହେବାର କାରଣ ହୋଇଥାଏ।

ଜଣେ ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଧନବାନ ହେବା ପରେ କିଛି ଜିନିଷ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଛନ୍ତି। ନଚେତ ବ୍ୟକ୍ତି ଭିକାରୀ ହୋଇପାରେ। ଏହାସହିତ ଧନର ଦେବୀ ମାଆ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କିଛି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ।

ବ୍ୟକ୍ତିକୁ ବର୍ବାଦ କରି ଦେଇଥାଏ ଏହି ଅଭ୍ୟାସ –

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଜଣେ ଧନବାନ ବ୍ୟକ୍ତିକୁ ୫ଟି ବସ୍ତୁ ଭିକାରୀ କରି ଦେଇପାରେ। ଯଦି ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ୫ଟି ବସ୍ତୁ ଠାରୁ ଦୂରେଇ ରୁହନ୍ତୁ।

କେବେବି ଭୁଲନ୍ତୁ ନାହିଁ ନିଜର ଅତୀତ –

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଉପଦେଶରେ କହିଛନ୍ତି ଯେ କୌଣସି ବ୍ୟକ୍ତି ଧନବାନ ହେବା ପରେ ତାର ଅତୀତକୁ ଭୁଲିବା ଉଚିତ ନୁହେଁ। ବ୍ୟକ୍ତିକୁ ନିଜର ସଂଘର୍ଷ ଦିନକୁ, ସଙ୍କଟ ସମୟରେ ସାହାଯ୍ୟ କରିଥିବା ଲୋକଙ୍କୁ ଭୁଲିବା ଉଚିତ ନୁହେଁ। ଏଭଳି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି।

ଦ୍ଵେଷପୂର୍ଣ କଥା –

କୁହାଯାଏ କି କୌଣସି ବ୍ୟକ୍ତି ଧନବାନ ହେବାପରେ ତାର ବ୍ୟବହାର ଓ କଥାବାର୍ତ୍ତା ପରିବର୍ତ୍ତନ ହୋଇଯାଏ। ଧନୀ ହୋଇ ସାରିବା ପରେ କଠୋର ହୋଇ କଥାବାର୍ତ୍ତା କରିବା ଉଚିତ ନୁହେଁ। ଏଭଳି କଲେ ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଆପଣ ଖୁବ୍ ଶୀଘ୍ର ଭିକାରୀ ହୋଇଯିବେ। କାହାକୁ ଖରାପ ଲାଗିବା ଭଳି କଥା କହିବା ଉଚିତ ନୁହେଁ।

କ୍ରୋଧ –

କ୍ରୋଧ ମଣିଷର ପରମ ଶତ୍ରୁ ଅଟେ। ଯଦି ବ୍ୟକ୍ତି ଧନବାନ ହେବାପରେ ଧର୍ଯ୍ୟର ସହିତ କାର୍ଯ୍ୟ ନକରି ଅଧିକ କ୍ରୋଧ କରେ, ତାହେଲେ ବ୍ୟକ୍ତି ନିଜେ ନିଜର କ୍ଷତି କରିବା ସହିତ ଧନସମ୍ପତ୍ତି ହରାଇ ଥାଏ। ବ୍ୟକ୍ତିକୁ ପ୍ରଥମେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ।

ଅହଙ୍କାର –

କୌଣସି ବ୍ୟକ୍ତି ଧନବାନ ହେବାପରେ ତାର ଅହଙ୍କାର ଅଧିକ ବଢିଯାଏ। ଏହି ଅହଙ୍କାର ବ୍ୟକ୍ତିର ଜୀବନକୁ ନଷ୍ଟ କରି ଦେଇଥାଏ। ଏପରି ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

ଖରାପ ଅଭ୍ୟାସ –

ଧନୀ ହୋଇଯିବା ପରେ ବ୍ୟକ୍ତି ଜୁଆ, ମଦ୍ୟପାନ ଆଦି ଖରାପ ଅଭ୍ୟାସରେ ପଡ଼ିଯାଏ ଏବଂ କୋଟିପତିରୁ ଭିକାରୀ ହୋଇଯାଏ। ସେ ନିଜ ହାତରେ ନିଜ ଭବିଷ୍ୟତ ନଷ୍ଟ କରି ଦେଇଥାଏ। ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତି ଧନବାନ ହେବା ପରେ ନିଜର ସଚ୍ଚୋଟ ପଣିଆ ଛାଡ଼ିବା ଉଚିତ ନୁହେଁ ଏବଂ ଖରାପ ଅଭ୍ୟାସରୁ ଦୂରେଇ ରହିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button