ଦେଶ ବିଦେଶ

ଭାରତୀୟ ନାଗରିକଙ୍କ ପାଇଁ ଆସିଲା ଖୁସି ଖବର ! ଏଥର ବିନା ଭିସାରେ ବୁଲିପାରିବେ ୫୭ ଦେଶ, ଜାଣନ୍ତୁ ଗୁରୁତ୍ଵପୂର୍ଣ୍ଣ ସୂଚନା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଜଭୁତ ହେଲା ଭାରତୀୟ ପାସପୋର୍ଟ ! ବିନା ଭିଷାରେ ବୁଲିପାରିବେ ୫୭ ଟି ଦେଶ ! ବନ୍ଧୁଗଣ ବିନା ପାସପୋର୍ଟରେ ବାହାର ଦେଶକୁ ବୁଲିବାରେ କଟକଣା ଲାଗିଥାଏ । ହେଲେ ବର୍ତ୍ତମାନ ଖବର ସୂଚନା ଅନୁଯାଇ ଭାରତୀୟ ପାସପୋର୍ଟ ଆଗ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । କାରଣ ଗତ ବର୍ଷ ତୁଳନାରେ ଭାରତୀୟ ପାସପୋର୍ଟ ୫ ଟି ସ୍ଥାନ ଉପରକୁ ଉଠିଛି । ଯେଉଁ କାରଣରୁ ବିନା ଭିସାରେ ବି ଭାରତୀୟ ୫୭ ଟି ଦେଶ ବିନା କଟକଣାରେ ବୁଲି ପାରିପାରିବେ ।

ନିକଟରେ ପ୍ରକାଶିତ ହେନଲି ପାଷପୋର୍ଟ ଇନଡେକ୍ସ ରାଙ୍କିଙ୍ଗରେ ଭାରତ ୮୦ ତମ ସ୍ଥାନରେ ପହଞ୍ଚିଛି । ତେବେ ଗତ ୨୦୨୨ ରେ ପ୍ରକାଶିତ ରିପୋର୍ଟ ଠାରୁ ଭାରତ ୫ ଟି ସ୍ଥାନ ଉଠିଛି । ଏବେ ଟୋଗୋ ଓ ସେନଗାଲ ଭଳି ଦେଶ ଭାରତର ରାଙ୍କ ସମାନ ସ୍ଥାନରେ ପହଞ୍ଚି ପାରିଛି । ଏହି ରାଙ୍କିଙ୍ଗ ପାଇଁ ଆନ୍ତର୍ଜାତୀୟ ପରିବହନ ସଂଘରୁ ରିପୋର୍ଟ ନିଆଯାଇଥାଏ । ତେବେ ଏଣିକି ଭାରତୀୟ ମାନେ ବିନା ଭିସାରେ ଯାତ୍ରା କରିପାରିବେ । ଏହାର ମାନେ ହେଉଛି ଭିସା ଫ୍ରୀ ବା ଭିସା ଅଣ୍ଡରବଲ ଆସେସ ମିଳିଛି ।

ତେବେ ଏଠାରେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ଆପଣ ପାସପୋର୍ଟ ନେଇ ୫୭ ଟି ଦେଶ ବୁଲାବୁଲି କରିପାରିବେ । ହେଲେ ଏହି ୫୭ ଟି ଦେଶକୁ ଯିବା ସମୟରେ ଭିସାର ଆବଶ୍ୟକ ହେବ ନାହିଁ । ଯଦିଓ କିଛି ଟି ଦେଶରେ ଭିସା ଦରକାର ପଡିବ । ହେଲେ ଆପଣ ବିମାନବନ୍ଦରରେ ପହଞ୍ଚିବା ପରେ ଭିସା ହସ୍ତାନ୍ତର କରିପାରିବେ । ଭାରତୀୟ ନାଗରିକ ମାନେ ପାସପୋର୍ଟ ବ୍ୟବହାର କରି ଇଣ୍ଡୋନେସିଆ, ଥାଇଲାଣ୍ଡ ଶ୍ରୀଲଙ୍କା ଭଳି ଏପରି କିଛି ଦେଶ ଯାତ୍ରା କରିପାରିବେ ।

ତଥାପି ୧୭୭ ଟି ଦେଶକୁ ଯିବା ପାଇଁ ଭିଷାର ଆବଶ୍ୟକ ହେବ । ଚୀନ, ଜାପାନ, ରୁଷ, ଆମେରିକା, ୟୁରୋପିଆନ ଅନ୍ତର୍ଗତ ସମସ୍ତ ଦେଶକୁ ଯିବା ପାଇଁ ଭିସାର ଆବଶ୍ୟକ ରହିଛି । ଭାରତୀୟ ନାଗଗରିକ ମାନେ ଏହି ଦେଶରେ ଭିଷା ଆବେଦନ କରିବାକୁ ପଡିବ ।

Related Articles

Leave a Reply

Your email address will not be published. Required fields are marked *

Back to top button