ଓଡିଶା

ବିଦ୍ୟାଳୟକୁ ପହଁଚିଲା ରାଗିଙ୍ଗ,ଅଷ୍ଟମ ଶ୍ରେଣୀ ଛାତ୍ର ଆଣିଲେ ଅଭିଯୋଗ

ଉମରକୋଟ,୨୫/୦୮: କଲେଜ ଗୁଡିକ ରେ ରାଗିଙ୍ଗ କୁ ନେଇ ବହୁ ସମୟ ରେ ତୁମ୍ବୀ ତୋଫାନ ସୃଷ୍ଟି ହେଉଥିବା ବେଳେ , ଏବେ ରାଗିଙ୍ଗର ଅଭିଯୋଗ ଆସିଲାଣି ଆବାସିକ ବେସରକାରୀ ବିଦ୍ୟାଳୟରୁ । ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରାଯାଉଥିଲା , ନ-ଦେଖିଲେ ଦିଆଯାଉଥିଲା ପ୍ରବଳ ମାଡ଼ । ଏତିକି ରେ ସରି ନାହିଁ ନିର୍ଯ୍ୟାତନା , ପରିଶ୍ରା ପିଇ ବାକୁ ମଧ୍ୟ ବାଧ୍ୟ କରାଯାଉଥିଲା । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସଙ୍ଗିନ ରାଗିଙ୍ଗର ଅଭିଯୋଗ । ଅଭିଯୋଗ ଆଣିଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୁରୁକୃପା ବେସରକାରୀ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ରାଗିଙ୍ଗ କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି । ଛାତ୍ରଙ୍କ କହିବା ଅନୁଯାୟୀ ଜୋରଜବରଦସ୍ତ ତାଙ୍କ ଛଅ ଜଣ ସହପାଠୀ ଛାତ୍ର ଶମ୍ଭୁ ଶତପଥୀ, ପ୍ରେମ ସାନା, ଧ୍ରୁବ ମଣ୍ଡଲ, ସୌମ୍ୟରଞ୍ଜନ ମାଝୀ, ନମନ ହଳଦାର ଓ ଦେବା ସରକାର ମିଶି ପ୍ରତିଦିନ ମାଡ଼ ମାରୁଥିଲେ , ପରିଶ୍ରା ପିଆଉଥିଲେ , ୱାଡନଙ୍କ ମୋବାଇଲ ନେଇ ଅଶ୍ଳୀଳ ଭିଡି଼ଓ ଜୋର ଜବଦସ୍ତ ଦେଖାଉଥିଲେ , ଅଶ୍ଳୀଳ ଇଙ୍ଗିତ ବ୍ୟବହାର କରିବା ସହ ଯୌନ ନିର୍ଯାତନା କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଉକ୍ତ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଧୀରଜ ଅଗ୍ରୱାଲ!ଏଭଳି କିଛି ଆଭିଯୋଗ ଆଣି ଉମରକୋଟ ଥାନାର ଦ୍ୱାରସ୍ତ ହୋଇଛନ୍ତି ନିର୍ଯାତିତ ଛାତ୍ରଙ୍କ ପରିବାର ଲୋକେ !କିନ୍ତୁ ଉକ୍ତ ଅଭିଯୋଗ ଏକ ଭିତ୍ତିହୀନ ବୋଲି ଗୁରୁକୃପା ବିଦ୍ୟାଳୟ ର ସଭାପତି ମନୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି!ଧୀରଜ ଯେଉଁ ସହପାଠୀ ଙ୍କ ନାମ ରେ ଅଭିଯୋଗ କରିଛନ୍ତି ସେମାନଙ୍କ ଅଭିଭାବକ ମାନେ ମଧ୍ୟ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଥିବା ବେଳେ ବିଦ୍ୟାଳୟ ର ୱାଡନ, ପ୍ରିନସିପାଲ ମଧ୍ୟ ଏହାକୁ ମିଥ୍ୟା ବୋଲି କହିବା ସହ ଶମ୍ଭୁ ଶତପଥୀ ପନ୍ଦର, ଷୋହଳ ଦିନ ହେଲା ହଷ୍ଟେଲ ରେ ଆସିନାହାନ୍ତି ବୋଲି ସୂଚନା ଦେଇଛନ୍ତି!ଧୀରଜ ର ପରିବାର ଙ୍କ ଅଭିଯୋଗ କୁ ଭିତ୍ତିକରି ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା, ନବରଙ୍ଗପୁର ଡି ଏସ ପି ପୁରୁଷୋତ୍ତମ ଭୋଇ ଗୁରୁକୃପା ବିଦ୍ୟାଳୟ କୁ ଯାଇ ପ୍ରକୃତ ଘଟଣା କଣ ସେ ବିଷୟରେ ତଦନ୍ତ ଜାରି ରଖିଛନ୍ତି  |

Related Articles

Leave a Reply

Your email address will not be published. Required fields are marked *

Back to top button