ଓଡିଶା

ନିଜେ ପଢିଥିବା ସ୍କୁଲ ପରିଦର୍ଶନ କଲେ ରାଷ୍ଟ୍ରପତି , ସ୍ମୃତି ସାଉଁଟିଲେ

ଭୁବନେଶ୍ବର – ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନେ ସେ ପଢିଥିବା ସ୍କୁଲ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ୟୁନିଟ୍‌ -୨ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେଠାରେ ନିଜ ସହପାଠୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ ହେଇଥିବାରୁ ସେମାନଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ। ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ ବି କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ଶ୍ରେଣୀ ଯାଏଁ ପଢିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହିଥିଲେ । ସେ ରହିଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକକୁ ମଧ୍ୟ ଯାଇଥିଲେ ରାଷ୍ଟ୍ରପତି ।

ହଷ୍ଟେଲ ୱାର୍ଡେନ ଓ ମାଟ୍ରନଙ୍କୁ ପାଖକୁ ଡାକି କଥା ହୋଇଥିଲେ । କିଛି ପୁରୁଣା ଫଟୋକୁ ଦେଖି ଖୁସି ହୋଇଥିଲେ। ଏହାପରେ ହଷ୍ଟେଲ କ୍ୟାମ୍ପସରେ ବଉଳ ଗଛ ଲଗାଇଥିଲେ । ହଷ୍ଟେଲ ରହଣି ସମୟରେ ଛାତ୍ରୀ ଜୀବନର ଅନେକ ଅଭୁଲା ସ୍ମୃତିକୁ ରୁଦ୍ଧିମନ୍ତ କରିଥିବା ସ୍କୁଲ ରେଜିଷ୍ଟରରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ ସେ ଖଣ୍ଡଗିରି ତପୋବନ ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button