ସ୍ୱାସ୍ଥ୍ୟ

ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା

ଯୌନାଙ୍ଗ ସମସ୍ୟା ଆଜି କାଲିର ଏହା ଏକ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଉଭୟ ପୁରୁଷ ଓ ମହିଳା ମାନଙ୍କ ଠାରେ ଯୌନାଙ୍ଗ ସମସ୍ୟା ହୋଇ ପାରେ । ଶୀଘ୍ର ପତନ , ସହ ବାସ ରେ ଅନିଚ୍ଛା , ଯୌନ ଅକ୍ଷମତା ତଥା ସହ ବାସ ରେ ସମସ୍ୟା ଭଳି ସମସ୍ୟା ହୋଇ ପାରେ । ତେବେ ଆସନ୍ତୁ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କ ଠାରୁ ଯୌନ ସମସ୍ୟା ବିଷୟରେ ଅଧିକ ଜାଣିବା ।

ଯୌନାଙ୍ଗ ସମସ୍ୟା:-

ଯୌନାଙ୍ଗ ସମସ୍ୟା ଯାହାକୁ ଆମେ ସେକ୍ସୁଆଲ ପ୍ରବ୍ଲେମ ବୋଲି କହିଥାଉ। ଏହା ଏକ ସେକ୍ସ ରିଲେଟେଡ ସମସ୍ୟା ଯାହା ଉଭୟ ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ବିଶେଷ କରି ବିବାହ ପରେ କେତେକ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ। ଇରେକ୍ସନ୍ ଷ୍ଟ୍ରଙ୍ଗ ନ ହେବା, ଶୀଘ୍ର ଧାତୁ ପତନ ହେବା କିମ୍ବା କୌଣସି ପ୍ରକାର ସାଟିସ୍ଫେକ୍ସନ ନ ହେବା କିମ୍ବା ବେଳେବେଳେ ସେକ୍ସ ପ୍ରତି ଇଣ୍ଟ୍ରେଷ୍ଟ ନ ଆସିବା ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ।

ପୁରୁଷଙ୍କଠାରେ କେଉଁ କେଉଁ ଯୌନ ସମସ୍ୟା ହୋଇପାରେ ?

ଶୀଘ୍ର ଧାତୁ ପତନ,ଇରେକ୍ସନ୍ ଷ୍ଟ୍ରଙ୍ଗ ନ ହେବା, ଧାତୁ ସମ୍ପୂର୍ଣ୍ଣ ମାତ୍ରା ରେ ନ ବାହାରିବା, ଧାତୁ ଆଦୌ ନ ବାହାରିବା ଅନିଚ୍ଛା ପ୍ରକାଶ ଆଦି ସମସ୍ୟା ହେଇପାରେ। ଯଦି ପୁରୁଷ ପାଖରେ କୌଣସିସ୍ନାୟୁ ଭିତ୍ତିକ ଡିଜିଜ୍ ରହିଥିଲେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ବୟସ ବୃଦ୍ଧି ହେଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।

ଉଭୟ ପୁରୁଷ ଓ ମହିଳାଙ୍କଠାରେ ଯୌନାଙ୍ଗ ସମସ୍ୟା ହେବାର କାରଣ :-

ଉଭୟ ପୁରୁଷ ଓ ମହିଳାଙ୍କଠାରେ ଯୌନାଙ୍ଗ ସମସ୍ୟା ହେବାର କାରଣ ଜେନେଟିକ ପ୍ରବ୍ଲେମ ହୋଇପାରେ। କି କିଛି ଡିଜିଜ୍ ରହିଛି ସେଥିପାଇଁ ମଧ୍ୟ ଯୌନାଙ୍ଗ ସମସ୍ୟା ଦେଖା ଯାଇଥାଏ।। ଯଦି ଆପଣ ଅତ୍ୟାଧିକ ମାନସିକ ଚାପ ରେ ଅଛନ୍ତି କି ଆପଣଙ୍କ ଉପରେ କିଛି ପ୍ରେସର୍ ରହିଛି ତେବେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।

ଯୋନିରେ ଶୁଷ୍କତା କାହିଁକି ହୋଇପାରେ ?

ଯୋନିରେ ଶୁଷ୍କତା ର କାରଣ ହେଉଛି ହର୍ମୋନ। ଯଦି ଆପଣ କିଛି ଟ୍ରେସ ରେ ରହୁଛନ୍ତି ତେବେ ଠିକ୍ ଭାବେ ହର୍ମୋନ କ୍ଷରଣ ହୋଇ ପାରେ ନାହିଁ। ଯାହା ଦ୍ଵାରା ଯୋନିରେ ଶୁଷ୍କତା ଦେଖା ଯାଇଥାଏ।

ଯୌନାଙ୍ଗ ସମସ୍ୟାକୁ କେମିତି ଚିହ୍ନିବା ?

ପ୍ରଥମେ ପେସେଣ୍ଟ ର ସାଇକୋଲୋଜି କୁ ଷ୍ଟଡି କରା ଯାଇଥାଏ। ଏହାପରେ ପରେ କିଛି ଟା ଟେଷ୍ଟ କରାଯାଏ। ଯେପରିକି ସୁଗାର ଲେବୁଲ ବଡି ରେ କେତେ ରହିଛି। ବଡି ଫ୍ୟାଟ୍ କେତେ ରହିଛି ଏମିତି ବିଭିନ୍ନ ଟେଷ୍ଟ କରା ଯାଇଥାଏ।

ଯୌନାଙ୍ଗ ସମସ୍ୟାର ଚିକିତ୍ସା:-

ପ୍ରଥମେ ଏହାର କାଉନସେଲିଂ କରାଯାଏ କି ଏହା କେଉଁ କାରଣ କୁ ନେଇ ହେଉଛି। ବ୍ଲଡ ଟେଷ୍ଟ ମଧ୍ୟ କରା ଯାଇଥିଏ। ତେବେ ଏହାର ଚିକିତ୍ସା ହେଉଛି ଲାଇଫ ଷ୍ଟାଇଲ ର ପରିବର୍ତ୍ତନ। ଯେମିତି କି ହେଲଦି ଫୁଡ୍ ଖାଇବା ନିୟମିତ ଏକ୍ସାସାଇଜ ଆଦି କରିବା।

Related Articles

Leave a Reply

Your email address will not be published. Required fields are marked *

Back to top button