ଓଡିଶା

ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ, ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ । ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ । ଆଖି ପିଛୁଳାକେ ମାଡି ଯାଇଛି ଏ ଜଙ୍ଗଲରୁ ସେ ଜଙ୍ଗଲ । ଆଉ ଏହି ଜଙ୍ଗଲ ଜୁଇକୁ ନିୟନ୍ତ୍ରଣ କରିହେଉ ନାହିଁ । ଆଉ ଚଳିତ ବର୍ଷ ବି ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଘାରିଛି ବନାଗ୍ନୀ ଭୟ । ପତ୍ରଝଡା ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ସ୍ଥିତି ସାଂଘାତିକ ହୋଇଛି । ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜୀ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବା ସହିତ ଅସୁରକ୍ଷିତ ଜଙ୍ଗଲି ଜନ୍ତୁ । ପ୍ରାଣ ବିକଳରେ ଗାଁ ମୁହାଁ ଜଙ୍ଗଲି ଜୀବ । ଆଉ ଏବେ ଏପରି ସ୍ଥିତି ଉପୁଜିଛି ଯାହା ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି । ଗାଁକୁ ଜଙ୍ଗଲ ଜୁଇ ମାଡି ଆସିବାର ଭୟ ଘାରିଛି ।

ବନ ବିଭାଗର ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଗତବର୍ଷ ୩୦୩ ଟି ସ୍ଥାନରେ ନିଆଁ ଲାଗିଥିଲା । ଏବେ ଆସନ୍ତୁ ନଜର ପକାଇବା କେଉଁ ରେଞ୍ଜରେ କେତେ ସ୍ଥାନରେ ନିଆଁ ଲାଗି ପାଉଁଶ ହୋଇଥିଲା ଜଙ୍ଗଲ? ବଙ୍ଗୋମୁଣ୍ଡା ରେଞ୍ଜ ଜଙ୍ଗଲରେ ୧୪ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବଲାଙ୍ଗିରରେଞ୍ଜ ଜଙ୍ଗଲରେ ୫୪, ଦେଓଗାଁରେ ରେଞ୍ଜ ଜଙ୍ଗଲରେ ୨୦, ହରିଶଙ୍କର ରେଞ୍ଜ ଜଙ୍ଗଲରେ ୧୪, କଣ୍ଟାବାଞ୍ଜୀ ରେଞ୍ଜ ଜଙ୍ଗଲରେ ୧୧, ଲଠୋର ରେଞ୍ଜ ଜଙ୍ଗଲରେ୧୫, ଲୋଇସିଙ୍ଗା ରେଞ୍ଜ ଜଙ୍ଗଲରେ ୫୧, ମୁରୀବାହାଲ ରେଞ୍ଜ ଜଙ୍ଗଲରେ ୧୪, ପାଟଣାଗଡ ରେଞ୍ଜ ଜଙ୍ଗଲରେ ୬୧ ସଇଁନ୍ତଲା ରେଞ୍ଜ ଜଙ୍ଗଲରେ ୨୦ ଓ ଟିଟିଲାଗଡ ରେଞ୍ଜ ଜଙ୍ଗଲରେ ୨୯ ସ୍ଥାନରେ ନିଆଁ ଲାଗିଥିଲା । ଯାହା ବଲାଙ୍ଗିର ବନ ବିଭାଗକୁ ନାକେଦମ କରିଥିଲା ।

ଠିକ ଖରା ଦିନରେ ଏପରି ସ୍ଥିତି ହେଉଥିବାରୁ ବଲାଙ୍ଗିରବାସୀଙ୍କ ମନରେ ଭୟ ଦେଖା ଦେଇଛି । ଗୋଟିଏ ପଟେ ଖରାର ପ୍ରକୋପ ଆଉ ଗୋଟିଏ ପଟେ ବନାଗ୍ନୀ । ଦିନେ ସବୁଜ ସୁନ୍ଦର ଥିବା ବଲାଙ୍ଗିର ଜିଲ୍ଲାରେ ଆଜି ଏପରି ଅବସ୍ଥା । ଏବେ ମହୁଲ ଫୁଲ ସଂଗ୍ରହର ସମୟ । ମହୁଲ ଫୁଲ ସଂଗ୍ରହ ପାଇଁ ଗଛତଳ ସଫା କରିବାକୁ ଯାଇ ମହୁଲ ଗଛ ତଳେ ନିଆଁ ଲଗାଇ ଦେଇଥାନ୍ତି କିଛି ଲୋକ । ଆଉ କିଏ ନିଜ ଚାଷ ଜମିର ଅନାବନା ଘାଷକୁ ସଫା କରିବା ପାଇଁ ନିଆଁ ଲଗାଇ ଥାଏ । ଯାହା ଆଜି ଏପରି ଅବସ୍ଥା ସୃଷ୍ଠି କରିଛି । ଏବେ ରାଜ୍ୟର ସବୁଠାରୁ ଉତପ୍ତ ସହର ସାଜି ରେକର୍ଡ ସୃଷ୍ଟି କରୁଛି ବଲାଙ୍ଗିର ଜିଲ୍ଲା ।

ବଲାଙ୍ଗିର ଜିଲ୍ଲାକୁ ଖରାର ତାତିରୁ ରକ୍ଷା କରିବା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ଏହା ସହିତ ପୁରୁଣା ଜଙ୍ଗଲ ର ସୁରକ୍ଷାର ଆବଶ୍ୟକ ରହିଛି । ବନ ବିଭାଗ କହିଛି ବନାଗ୍ନୀ କୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଯାଇଛି । ବଲାଙ୍ଗିର ଜିଲ୍ଲାରେ ବନ ବିଭାଗରେ ୧୧ ଟି ରେଞ୍ଜ ରେ ୧୧ ଟି ଟିମ ନିଆଁ ଲିଭାଇବା କାମ ରେ ଲାଗିଛନ୍ତି । ଜଙ୍ଗଲରେ ନିଆଁ ଲାଗିଲେ ଆମେ କିପରି କ୍ଷତି ସହୁଛେ ସେନେଇ ସାଧାରଣ ଲୋକଙ୍କୁ ସଚେତନ କରାଇଛନ୍ତି ବନ ବିଭାଗ ଏ.ସି.ଏଫ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button