ଦେଶ ବିଦେଶ

ଭଡାଟିଆଙ୍କୁ ମୋଦି ଦେଲେ ‘ପାୱାର’! ଏଣିକି କୌଣସି ବି ମାଲିକ ଘରୁ ତଡିପାରିବେନି ଭଡାଟିଆଙ୍କୁ , ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ

ଗୋଟେ ପରେ ଗୋଟେ ମୋଦୀ ସରକାର ନୂଆ ନୂଆ ନିୟମ ବାହାର କରି ଲୋକମାନଙ୍କୁ ଆଶ୍ଵସ୍ତି ଦେଉଛନ୍ତି । ଏହି କିଛି ଦିନ ହେବ କେତେ ଗୁଡିଏ ନୂଆ ଯୋଜନା ଆଣି ମୋଦୀ ସରକାର ଖୁବ ଚର୍ଚ୍ଚାର ଅଛି। ଏବି ସେମିତି ଆଉ ଏକ ନୂଆ ନିୟମ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ମୋଦୀ ସରକାର। ତେବେ କଣ ସେହି ନିୟମ ବା ସୁବିଧା ଓ ଏହା କାହା ପାଇଁ ଆସନ୍ତୁ ଜାଣିବା।

ଏହି ନୂଆ ନିୟମ ଅନୁସାରେ କୌଣସି ମାଲିକ ଭଡାରେ ରହୁଥିବା ଲୋକଙ୍କୁ ତଡିଦେଇପାରିବ ନାହିଁ। ଏଠାରେ ଆମେ କହିବାକୁ ଚାହିଁବୁ କି ମୋଦି ସରକାରଙ୍କର ଏହି ବ୍ୟବସ୍ଥା ସେହି ଲୋକଙ୍କୁ ମିଳିବ ଯେଉଁମାନେ କି ଭଡାରେ ଦୋକାନ ନେଇ ଚଳାଉଛନ୍ତି । ମଧ୍ୟକାଳୀନ ବଜେଟ ପୂର୍ବରୁ ମୋଦି ସରକାର ଭଡାରେ ଦୋକାନ ନେଇଥିବା ଲୋକଙ୍କୁ ଆସ୍ୱସ୍ତି ଦେଇପାରନ୍ତି । ଏହାଦ୍ୱାରା ଭଡାରେ ଦୋକାନ ଚଳାଉଥିବା ଲୋକଙ୍କୁ ଆଉ ଦୋକାନ ମାଲିକ ହଇରାଣ କରିପାରିବେ ନାହିଁ ।

କ୍ଷୁଦ୍ର ବ୍ୟବସାୟୀଙ୍କୁ ଦିଆଯିବ ଗୁରୁତ୍ୱ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମୋଦି ସରକାର ଗୁଜୁରାଟରେ Tenancy Act ଆଣିବାକୁ ଯାଉଛନ୍ତି । ସୂତ୍ର ଅନୁସାରେ, ଗୁଜୁରାଟରେ ଏହି ଆକ୍ଟ ଲାଗୁ କରାଯିବ । ଏହି ଆଇନ ବଳରେ ଦୋକାନ ମାଲିକ ନିଜ ଭଡାଟିଆଙ୍କୁ ଦୋକାନରୁ ଆଉ ବେଦଖଲ କରିପାରିବେ ନାହିଁ ।

ସରକାରଙ୍କର ଏହି ଡ୍ରାଫ୍ଟରେ କ୍ଷୁଦ୍ର ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । କାହିଁକି ନା ଏହି ଆକ୍ଟରେ ଭଡା ଅଧିକ ଥିଲା, ଯାହାକୁ କ୍ଷୁଦ୍ର ବ୍ୟବସାୟୀମାନେ ଦେବାକୁ ଅସମର୍ଥ ଅଟନ୍ତି । କିନ୍ତୁ ଏବେ ନୂଆ ଆକ୍ଟରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ଭଡାରେ ଦୋକାନ ନେବା ବି ବହୁତ ସହଜ ହେବ । ମିଳିଥିବା ସୂଚନା ମୁତାବକ, ଭଡାଟିଆଙ୍କ ପାଇଁ ଖୁବ୍ ଶୀଘ୍ର ହିଁ ଏହି ନୂଆ ଆକ୍ଟ ଲାଗୁକରିଦିଆଯିବ । ଏହି ଆକ୍ଟରେ ଦୋକାନ ଭଡା ସ୍ଥିର କରିବାର ଫର୍ମୂଲା ମଧ୍ୟ ସାମିଲ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button