ରାଜନୀତି

ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ କାମଚଳା ରାଷ୍ଟ୍ରପତି ଭାବେ ପୁନଃ ଅବସ୍ଥାପିତ

ସିଓଲ: ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସମ୍ବିଧାନ ଅନୁସାରେ ମହାଭିଯୋଗ ଦ୍ବାରା ହଟାଯାଇଥିଲା, ସେଇ ବ୍ୟକ୍ତିଙ୍କୁ  କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିବାକୁ ଦକ୍ଷିଣ କୋରିଆର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଡିସେମ୍ବର ୩ରେ ଦକ୍ଷିଣ କୋରିଆରେ ସାମରିକ ଆଇନ ଲାଗୁ ହୋଇଥିଲା। ଏହାକୁ ନେଇ ଦେଶରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା। ପରେ କ୍ଷମତାସୀନ ରାଜନୈତିକ ଦଳର ସଦସ୍ୟମାନେ ମହାଭିଯୋଗ ଦ୍ବାରା ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ୍‌ଙ୍କୁ ହଟାଇ ଦେଇଥିଲେ।

ପରବର୍ତ୍ତୀ ସମୟରେ ବିରୋଧୀ ଦଳ ସହ ବିବାଦ ଯୋଗୁଁ ପ୍ରଧାନମନ୍ତ୍ରୀ ହାନ୍‌ ଡକ୍‌ ସୁଙ୍କୁ ମଧ୍ୟ ମହାଭିଯୋଗ ଦ୍ବାରା ପଦବିରୁ ହଟାଇ ଦିଆଯାଇଥିଲା। ଏହା ବିରୋଧରେ ହାନ୍‌ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଆଜି ଏହି ଆବେଦନର ଶୁଣାଣି କରି ହାନ୍‌ଙ୍କ ମହାଭିଯୋଗକୁ ଖାରଜ କରିଛନ୍ତି। କେବଳ ଏହାନୁହେଁ, ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତି ୟୁନ୍‌ଙ୍କ ମହାଭିଯୋଗର ଚୂଡ଼ାନ୍ତ ରାୟ ପ୍ରକାଶ ପାଇନାହିଁ। ଯଦି ମହାଭିଯୋଗ ବିରୋଧରେ ରାୟ ପ୍ରକାଶ ପାଏ ତେବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯିବ, ନଚେତ୍‌ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button