ସ୍ୱାସ୍ଥ୍ୟ

ସ୍ମାର୍ଟଫୋନ ବ୍ୟବହାର କରିବା ପଡୁଛି ମହଙ୍ଗା! ବାକ୍ ଏବଂ ଶ୍ରବଣ ଶକ୍ତି ହରାଉଛନ୍ତି ଛୋଟ ପିଲା, ଜାଣନ୍ତୁ ପୂରା ଖବର

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଫୋନ। ଯାହାକୁ ଯେତେବେଳେ ଦେଖ ସେ ସ୍ମାର୍ଟଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ। ଏପରିକି ସମସ୍ତେ ସ୍ମାର୍ଟଫୋନରେ ବ୍ୟସ୍ତ ରହୁଥିବାରୁ ହିଁ ପରିବାର ଗୁଡିକ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। AMU ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଆହୁରି ଭୟଙ୍କର ତଥ୍ୟମାନ ସାମ୍ନାକୁ ଆସୁଛି।

ଏହି ଗବେଷଣା ରିପୋର୍ଟ ମୁତାବକ ସ୍ମାର୍ଟଫୋନ ହେତୁ ହିଁ ପିଲାମାନେ ନିଜର ବାକ୍ ଶକ୍ତି ହରାଇବାରେ ଲାଗିଛନ୍ତି। ପୂର୍ବରୁ ଯେଉଁ ଶିଶୁମାନେ ୨ ବର୍ଷ ମଧ୍ୟରେ କଥା କହିବା ଆରମ୍ଭ କରୁଥିଲେ ଏବେ ସେମାନେ ୫ ବର୍ଷ ପରେ ମଧ୍ୟ ଠିକ୍ ଭାବରେ କଥା କହି ପାରୁନାହାଁନ୍ତି। ଫିଜିକାଲ ଆକ୍ଟିଭିଟିରେ ହ୍ରାସ ଏବଂ ଅତି କମ୍ ବୟସରୁ ହିଁ ଫୋନ୍ ଚଳାଇବା ଏହାର ମୁଖ୍ୟ କାରଣ ଭାବରେ ଉଭା ହୋଇଛି।

AMU ରିପୋର୍ଟ ଅନୁଯାଇ ଗତ ଦୁଇବର୍ଷ ମଧ୍ୟରେ ବାକ୍ ଶକ୍ତି ହରାଉଥିବା ଶିଶୁଙ୍କ ସଂଖ୍ୟା ଧୃତଗତିରେ ବଢ଼ିବାରେ ଲାଗିଛି। ବିଶେଷଜ୍ଞମାନେ ଏହି ଶିଶୁମାନଙ୍କ ଅଭିଭାବକଙ୍କ ସହିତ କଥା ହେବାପରେ ଏହା ସାମ୍ନାକୁ ଆସିଥିଲା ଯେ ଏହି ଶିଶୁମାନେ ଅତି କମ୍ ବୟସରୁ ହିଁ ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଯାହାକି ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଏହି ପିଲାମାନଙ୍କ ଠାରେ ସହାନୁଭୂତିର ଅଭାବ ଦେଖା ଦେବାସହିତ ସେମାନେ ନିଜକୁ ଫୋନ ଦୁନିଆରେ ସୀମିତ ରଖୁଥିବା ଦେଖିବାକୁ ମିଳୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button