ଦେଶ ବିଦେଶ

ହମାସକୁ ହଟାଇବା ଦାବିରେ ପାଲେଷ୍ଟିନୀୟଙ୍କ ବିକ୍ଷୋଭ: ‘ଯୁଦ୍ଧ ବନ୍ଦ କର

ଗାଜା: ଉତ୍ତର ଗାଜାର ବେଟ୍ ଲାହିଆରେ ଶତାଧିକ ପାଲେଷ୍ଟିନୀୟ ଏକତ୍ରିତ ହୋଇ ହମାସ ବିରୋଧରେ ସବୁଠାରୁ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ହମାସ ବିରୋଧୀ ସ୍ଲୋଗାନ ଦେବା ସହ ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ବହୁ ସଂଖ୍ୟାରେ ଲୋକେ ରାସ୍ତାରେ ଜମା ହୋଇ ‘ହମାସ ଆଉଟ୍’ ଓ ‘ହମାସ ଆତଙ୍କବାଦୀ’ ବୋଲି ଚିତ୍କାର କରୁଛନ୍ତି। ବିକ୍ଷୋଭକାରୀମାନେ ‘ଯୁଦ୍ଧ ବନ୍ଦ କର’ ଓ ‘ପାଲେଷ୍ଟାଇନର ପିଲାମାନେ ବଞ୍ଚିବାକୁ ଚାହୁଛନ୍ତି’ ଲେଖାଥିବା ପ୍ଲାକାର୍ଡ ଧରିଥିଲେ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପ୍ରାୟ ଦୁଇ ମାସର ଅସ୍ତ୍ରବିରତିର ଅନ୍ତ ଘଟାଇ ଗାଜା ଉପରେ ପ୍ରବଳ ବୋମାମାଡ଼ ଆରମ୍ଭ କରିବାର ସପ୍ତାହକ ପରେ ଏହି ବିରଳ ସାର୍ବଜନୀନ ବିକ୍ଷୋଭ ଘଟିଛି। ସାଧାରଣ ପୋଷାକ ପିନ୍ଧିଥିବା ହମାସର ଆତଙ୍କବାଦୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଯଦି ଗାଜାରେ ହମାସ କ୍ଷମତା ଛାଡିବା ଏହାର ସମାଧାନ, ତେବେ ହମାସ ଲୋକଙ୍କ ସୁରକ୍ଷା ପାଇଁ କ୍ଷମତା କାହିଁକି ଛାଡ଼ୁନାହିଁ ବୋଲି ବିକ୍ଷୋଭକାରୀମାନେ ପ୍ରଶ୍ନ କରିଛନ୍ତି। ମୁଖାପିନ୍ଧା ଓ ସଶସ୍ତ୍ର ହମାସ ଆତଙ୍କବାଦୀମାନେ କେତେକ ସ୍ଥାନରେ ହିଂସାତ୍ମକ ଭାବେ ବିକ୍ଷୋଭ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button