କ୍ରାଇମ

ପୁଲିସକୁ ଚକମା ଦେଇ ଫେରାର ହେଲା ମୋବାଇଲ୍‌ ଲୁଟେରା ଅଭିଯୁକ୍ତ, ଫାଣ୍ଡି ଘେରିଲେ ମହିଳା – Utkal Mail


ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୁଲିସ ହେପାଜତରୁ ଅଭିଯୁକ୍ତ ଫେରାର ହେଲା ପରେ ସ୍ଥାନୀୟ ମହିଳାମାନେ ଫାଣ୍ଡି ଘେରିଛନ୍ତି। ରବିବାର ସକାଳୁ ଟିକ୍ରାପଡା ଗ୍ରାମର ତିନି ଜଣ ଯୁବତୀ ପ୍ରାତଃ ଭ୍ରାମନ କରୁଥିବା ବେଳେ ବୁଲୁ ରାଜପଳିଆ ନାମକ ଯୁବକ ମୋବାଇଲ ଲୁଟ କରି ଫେରାର ମାରିବାବେଳେ ଉପସ୍ଥିତ କିଛି ଲୋକ ଅଭିଯୁକ୍ତକୁ ଧରି ଟିକ୍ରାପଡା ଫାଣ୍ଡି ରେ ଜିମା ଦେଇ ଥିଲେ। କିଛି ସମୟ ପରେ ଅଭିଯୁକ୍ତ ବୁଲୁ ଫାଣ୍ଡିରୁ କୁଆଡେ ଫେରାର ମାରି ଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ସହ ଅନ୍ୟ କିଛି ବ୍ୟକ୍ତି ଟିକ୍ରାପଡା ଫାଣ୍ଡି ଘେରି ଥିଲେ। ପୁଲିସର ଉଚ୍ଚ ପଦାଧିକାରୀ ଫାଣ୍ଡିରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button